Breaking News

ମନ୍ଦିରରେ ରୋଷୋଇକୁ ନେଇ ଗଣ୍ଡଗୋଳ ଥାନାରେ ଅଭିଯୋଗ


 ସାକ୍ଷୀଗୋପାଳ -----  ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହର ଗ୍ରାମରେ ମନ୍ଦିରରେ କିଛି ଯୁବକ ମାନେ ରୋଷାଇ କରୁଥିଲେ ।ଏହାକୁ ଗ୍ରାମର ଏକ ପରିବାର ବିରୋଧ କରିଥିଲେ । ଏହାକୁ ନେଇ ଗୃହ ଦାହ ସହିତ ଘର ଭଙ୍ଗା ଭଙ୍ଗି ହେବା ସହ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ସୁତ୍ରରୁ ପ୍ରକାଶ ଯେ ବିଭୁତି ଭୂଷଣ ବେହେରା ଅଭିଯୋଗ କରିଛନ୍ତି ଯେ ଇନ୍ଦ୍ରମଣି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରଜତ ପଣ୍ଡା ତାଙ୍କୁ ମାରଥର କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋକୁ ଗ୍ରହଣ କରି ୨୯୪/୨୧ରେ ଏକ ଅଭିଯୋଗ ହୋଇଥିବା ବେଳେ ପିୟତମା ପଣ୍ଡା ଅନ୍ୟ ଏକ ଅଭିଯୋଗ କରିଥିବା ଜଣାପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୭/୨୦୨୧----୧୦,୧୦ 

 Sakhigopal News, 19/7/2021


Blog Archive

Popular Posts