Breaking News

ମଟର ସାଇକେଲକୁ ପିଟିଲା କାର; ମଟର ସାଇକେଲ ଚାଳକ ଗୁରୁତର


 ସାକ୍ଷୀଗୋପାଳ------  ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟ ପଞ୍ଚୁୁକେରା ସିଡି ନିଖଟରେ ଏକ କାର ମଟର ସାଇକେଲ ପଛକୁ ଧକ୍କା ଦେବାରୁ ମଟର ସାଇକେଲ ଚାଳକ ଗୁରୁତର ହୋଇ କଟକ ମେଡିକାଲକୁଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ କହ୍ନେଇବିଦ୍ୟାଧରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିଶ୍ର ଓଆର-୧୩ ଏ--୬୬୦୮ମଟର ସାଇକେଲ ଯୋଗେ ପୁରୀ ଯାଉଥିଲେ । ପୁରୀର ଦେବଦତ୍ତ ମିଶ୍ର ଓଡି-୦୨- ଏକ୍ୟୁ-୮୮୭୮ କାରରେ ପୁରୀ ଯାଉଥିଲେ । କୌଣସି କାରଣ+ରୁ ମଟର ସାଇକେଲ ପଛକୁ କାର ମାଡ ହୋଇଥିଲା । ଯାହା ଫଳରେକି ମଟର ସାଇକେଲ ଚାଳକ ରାସ୍ତା ଉପରେ ଛିଟିକି ପଡିଥିଲେ । ଖବର ପାଇ  ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୭/୨୦୨୧----୧୦,୨୦ Sakhigopal News, 19/7/2021

Blog Archive

Popular Posts