ଆଇକନ ଟେଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାସୁକେରା ଗ୍ରାମର କମାଣ୍ଡୋ କ୍ଳବର ସହଯୋଗରେ ଆଇକନ ଟେଲ ଟିମ ବାଙ୍ଗୋଲରଙ୍କ ସହାୟତାରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାସୁକେରା ଗ୍ରାମ ପଡିଆରେ ଉଦଘାଟିତ ହୋଇଯାଇଛି । ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇକନ ଟେଲ ଟିମ ବାଙ୍ଗୋଲର ପ୍ରତିଷ୍ଠାତା ସଞ୍ଜୟ ରାଉତ ଆନୁଷ୍ଠାନିକ ଭାବେ କିକେଟ ମ୍ୟାଚକୁ ଉଦଘାଟନ କରିଥିଲେ । ତାଙ୍କ ସହିତ ରଞ୍ଜନ କୁମାର ରାଉତ, ସଞ୍ଜିତ କୁମାର ରାଉତ, ସାମ୍ମାଦିକ ଧୀରେନ୍ଦ୍ର ସେନାପତି, ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ଗ୍ରାମର ବୟୋଜେଷ୍ଠ୍ୟ କପିଲ ଦଲେଇ, ବାନାମ୍ବର ବେହେରା, ରାମ ବେହେରାଙ୍କ ସହିତ ଜ୍ୟୋତି ବାରିକ ପ୍ରମୁଖଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ କରାଯାଇଥିଲା । ଉଦଘାଟନୀ ମ୍ୟାଚ ନୁଆଗାଁ ସହିତ ଚଉଦଗୁଣ୍ଠ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚଜିତି ନୂଆଗାଁ କିକ୍ରେଟ ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୬ ଉଇକେଟ ହରାଇ ୬୫ ରନ କରିଥିଲେ । ଜବାବରେ ଚଉଦଗୁଣ୍ଠ ଦଳ ୮ ଓଭରରେ ୪ ଉଇକେଟ ହରାଇ ୪୨ ରନ କରିଥିଲେ । ୨୩ରନରେ ନୁଆଗାଁ କିକେଟ କ୍ଳବ ବିଜୟୀ ହୋଇଥିଲେ । ବିପିନି ସାହୁ, ଦୀପ୍ତିରଞ୍ଜନ ବେହେରା ମ୍ୟାଚ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧--୫,୦୦