ଏସିରେ ବ୍ୟାଙ୍କ କର୍ମଚାରୀ, ପ୍ରଚଣ୍ଡ ଖରା ତାତିରେ ଆଉଟୁ ପାଉଟୁ ହିତାଧିକାରୀ
ବରଗଡ଼----ଦ୍ଵିତୀୟ ଲହର ରାଜ୍ୟରେ କରୋନା ଏବେ ଉପର ମୁହାଁ ହେବାକୁ ଲାଗିଛି।ଯେଉଁଥିରେ ବରଗଡ଼ ପଛରେ ନାହିଁ।ସେଥିଯୋଗୁଁ ଚାରିଆଡେ ରାଜ୍ୟ ସରକାର ବ୍ୟାଙ୍କ ହେଉକି ସରକାରୀ କାର୍ଯ୍ୟାଳୟ ହେଉ କୋଭିଡ ନିୟମକୁ କଡାକଡି କରିଛନ୍ତି । ଲୋକେ କୋଭିଡ ନିୟମ କୁ ପାଳନ ପୂର୍ବକ ବରଗଡ଼ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ରେ ଅତାବିରା ଷ୍ଟେଟ ବ୍ୟାଙ୍କ ସାମ୍ନା ରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି।
ମୁହଁରେ ମାସ୍କ ବାନ୍ଧିବା ଓ ଅଯଥା ରେ ଗହଳି ନକରି ସାମାଜିକ ଦୂରତା ବାଧ୍ୟତା ମୂଳକ ହୋଇ ଆସୁଥିବା ବେଳେ ବ୍ୟାଙ୍କ କର୍ମଚାରୀ ମାନେ ଫ୍ୟାନ ଓ ଏସି ତଳେ ବସିଥିବା ବେଳେ ହିତାଧିକାରୀ ମାନେ ଖରା ତାତିରେ ଆଉଟୁ ପାଉଟୁ ହେଉଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ହିତାଧିକାରୀ ମାନଙ୍କ ପାଇଁ ନାଁ ଅଛି ପାଣି ଟୋପେ ନାଁ ଅଛି ମୁଣ୍ଡ ଉପରେ ଛାଇ ଟିକିଏ।ଏନେଇ ବାରମ୍ବାର ଅଭିଯୋଗ ହେଇ ଆସୁଥିଲେ ମଧ୍ୟ ଯାହା ପାଇଁ ବ୍ୟାଙ୍କ ସେଇ ହିତାଧିକାରୀ ମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ।
ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକମାତ୍ର ସାହା ଭରସା ପାଖରେ ଥିବା ଦେବଦାରୁ ଗଛ । ଏନେଇ ବ୍ୟାଙ୍କ ଅଧିକାରୀ ଙ୍କୁ ପଚାରିଲେ ବାବୁ କହୁଛନ୍ତି କରୋନା ଯୋଗୁଁ ଏଭଲି କରାଯାଇଛି।ଅନେକ ଦିନରୁ ବ୍ୟବସ୍ଥା କରିଦେବା କହି କେତେ ଯେ ଅଧିକାରୀ ବଦଳି ଯାଇ କେତେ ନୂଆଁ ଆସିଲେଣି ହେଲେ କୋୖଣସି ପ୍ରତିକାର କରାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।
ତେବେ ଖରା ତାତିରେ ବରିଷ୍ଠ ନାଗରିକ ତଥା ହିତାଧିକାରୀ ମାନଙ୍କ ର କୌଣସି ଅଘଟଣ ଘଟେ ତେବେ ସେଥିପାଇଁ ଦାୟୀ କିଏ ?ରାଜ୍ୟ ସରକାର ନାଁ ପ୍ରଶାସନ,ବ୍ୟାଙ୍କ କର୍ତ୍ତୃପକ୍ଷ ନାଁ ନିଜେ ହିତାଧିକାରୀ।ନିଜର ଟଙ୍କା କେଇଟା ପାଇଁ କେତେବେଳେ ଯେ ଜୀବନ ଚାଲିଯିବ ତାହା କିଏ କହିବ।ଏ ଯେଉଁ ଖରା ତାତିରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଛିଡା ହୋଇ ଲମ୍ବା ଲାଇନ ରେ ଗୋଡ଼ ତାତି ସାଙ୍ଗକୁ ମୁଣ୍ଡ ତାତି ଅସହ୍ୟ ହେଉଛି । ତେବେ ଏଥିପ୍ରତି ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ଦୃଷ୍ଟି ଦେଇ ହିତାଧିକାରୀ ମାନଙ୍କ ପାଇଁ ପାନୀୟଜଳ,ପରିଶ୍ରା ଗାର ଓ ମୁଖ୍ୟତଃ ପ୍ରଚଣ୍ଡ ଖରା ରୁ ରକ୍ଷା ପାଇଁ ଛାଇ କରିବାକୁ ସାଧାରଣରେ ଦାବି ହେଉଛି।
ବରଗଡ଼ ରୁ ନବୀନ ଦାଶ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୧୬/୪/୨୦୨୧-----୪,୧୦