ଗୋପବନ୍ଧୁଙ୍କ ଜିବନୀ ପୁସ୍ତକ ସୁଆଣ୍ଡୋ ଗ୍ରାମରେ ବଣ୍ଟନ
ସାକ୍ଷୀଗୋପାଳ------ ଭୁବନେଶ୍ୱର ପୂର୍ଣ୍ଣାଙ୍ଗ ଉତ୍କଳ ନିବାସୀ ମଣ୍ଡଳ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନସୁଆଣ୍ଡୋରେ ୧୦ ଟଙ୍କାରେ ଜିବନୀ ପୁସ୍ତକ ସାଧାରଣରେ ବିକ୍ରୟ କରାଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ମାନେ ଷଠିଘରେ ମହାପୁରଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଡ; ଆରତୀ କରଙ୍କ ଦ୍ୱାରା ଲିଖିତ ପୁଣାତ୍ମା ଗୋପବନ୍ଧୁ ପୁସ୍ତକ ସୁଆଣ୍ଡୋରେ ନାମକୁ ମାତ୍ର ୧୦ ଟଙ୍କା ବିନିମୟରେ ଲୋକମାନଙ୍କୁ ପ୍ରଦାନ କରାଯାଇଥିଲା । ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ଉକ୍ତ ପୁସ୍ତକ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି ।ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସୀ ମଣ୍ଡଳ ଓଡିଶାର ବିଚ୍ଛିନାଞ୍ଚଳରେ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହି ଅବସରରେ ଅନୁଷ୍ଠାନର ସଭାପତି ସୀତା ବଲ୍ଲଭ ମହାପାତ୍ର, ସାଧାରଣ ସମ୍ପାଦକପର୍ଶୁରାମ ଦ୍ୱିବେଦୀ, ସଂସ୍ମୃତିକ ସମ୍ପାଦକ ରମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ବିରଜା ପ୍ରସାଦ ଶତପଥିସମ୍ପାଦକ ରାମନାରାୟଣ ମିଶ୍ର, ଶିକ୍ଷାବୀତ ପୂର୍ଣ୍ଣଚନ୍ଦ୍ର ମିଶ୍ର, କଳ୍ପନା ମିଶ୍ର, ରମେଶ ଚନ୍ଦ୍ର ପଣ୍ଡା ଓ ଲେଖିକା ଡ. ଆରତୀ କର ପ୍ରମୁଖ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୧---୯,୧୦