ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ଉପନିର୍ବାଚନ ପ୍ରଚାର ପରେ କର୍ମୀ ଓ ଭୋଟର ମାନଙ୍କର ଉତ୍ସାହ ବଡିଛି
ଡେଲାଙ୍ଗ ----- ଡେଲାଙ୍ଗରେ ମହିଳା, ଯୁବ ଭୋଟର ମାନେ ବିଜେଡି ସପକ୍ଷରେ ମତଦାନ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଡେଲାଙ୍ଗରେ ଏକ ସଙ୍ଗେ ତିନୋଟି ଯାଗାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ତାଙ୍କ ଅଭିଭାଷଣ ଶୁଣି ମହିଳା ଓ ପୁରୁଷ ଓ ଯୁବକ ମାନେ ଆଗେଇ ଆସିଛନ୍ତି ବିଜେଡି ସପକ୍ଷରେ ବୋଲି ଏକ ସର୍ଭେରୁ ଜଣାପଡିଛି । ଡେଲାଙ୍ଗ ବ୍ଳକର ବେରବୋଇ, ଜେନାପୁର ଗୁଆଳିପଡା, ରେଞ୍ଚ ଆଦି ଗ୍ରାମ ପଞ୍ଚାୟତ ଗୁଡିକ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଉପସ୍ଥିତ ରହି ବିଜେଡି କର୍ମୀ ଓ ଭୋଟର ମାନଙ୍କ ଦୁଃଖ ସୁଖ ବୁଝୁଛନ୍ତି । ସେଠାରେ ବିଜେଡିର ସାରଥୀ ତଥା ଡେଲାଙ୍ଗ ବ୍ଳକର ବିଜେଡି ସଭାପତି ବୈରାଗୀ ଜେନା କାର୍ଯ୍ୟକ୍ରମକୁ ଆଗେଇ ନେଉଥିବାର ଜଣାପଡିଛି । ଜେନାପୁରରେ ନିର୍ବାଚନୀ ହିଂସା ଘଟଣା ଘଟିବା ପରେ ବିଜେଡିର ଜଣାଶୁଣା ଯୁବକର୍ମୀ ପ୍ରଭାତ ଜେନାଙ୍କୁ ପୋଲିସ ଗିରଫ କରିଛି । ତଥାପି ଜେନାପୁର ପଞ୍ଚାୟତବାସୀ ମାନେ ଏହାର ସଠିକ ଜବାବ ଦେବା ପାଇଁ କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈରାଗୀ ଜେନା କର୍ମୀ ମାନଙ୍କ ମନବଳକୁ ସୁଦୃଢ଼ କରିଛନ୍ତି । ସେହିପରି ମୁନିନ୍ଦା ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡକୁ ୱାର୍ଡବୁଲି ରାଜ୍ୟ ବିଜେଡି ଦଳର ସମ୍ପାଦକ ତଥା ମୁନିନ୍ଦା ପଞ୍ଚାୟତର ପର୍ଯ୍ୟବେକ୍ଷକ ଭୀମସେନ ମୁଦୁଲି, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ସଭାପତି ରାଜେଶ ରାଜ ସ୍ୱାଇଁ , ସ୍ଥାନୀୟ ସରପଞ୍ଚ ସନ୍ଦ୍ୟାରାଣୀ ପରିଡା ଓ ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡାଙ୍କ ସହିତ ବିଭିନ୍ନ ମହିଳା ନେତ୍ରୀ ମାନେ ଘରକୁ ଘର ବୁଲି ବିଜେଡି ଦଳ ପାଇଁ ଭୋଟ ପ୍ରଚାର କରୁଥିବାର ଦେଖାଯାଇଥିଲା । ସେହିପରି ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାଙ୍କ ନେତୃତ୍ୱରେ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ଦଳ ପକ୍ଷରୁ ଘରକୁ ଘର ବୁଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କ ପାଇଁ ପ୍ରଚାର ଯୋରସୋର କରାଯାଇଛି । ଏଥିରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୂର୍ବତନ ସରପଞ୍ଚ ନବଘନ ପ୍ରଧାନ, ଲୋକନାଥ ବେହେରା, ରାଜ୍ୟ ମହିଳା ସଭାନେତ୍ରୀ ଇତିଶ୍ରୀ ସାମଲ, ଯାଜପୁର ବ୍ଳକ ବିଜେଡି ସଭାପତି ଭାଗ୍ୟଧର ମଲିକ, ବିଦ୍ୟୁଲତା ସ୍ୱାଇଁ, ରାଜ୍ୟ ଜିଲ୍ଳା ଉପସଭାପତି ଫକୀର କୁମାର ସାମଲ, ରାଜ୍ୟ ସମ୍ପାଦକ ଦିଲିପ ରାଉତ ଙ୍କ ସହିତ ସତ୍ୟବାଦୀ ବ୍ଳକର ଦିପା ବେହେରା ଓଭବାନୀ ସୁନ୍ଦରାୟ, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁତଲତା ସ୍ୱାଇଁ ପ୍ରମୁଖ ପ୍ରଚାରକୁ ଯୋରସୋର କରିଛନ୍ତି । ଅନ୍ୟ ପକ୍ଷେ ବେରବୋଇ ପର୍ଯ୍ୟବେକ୍ଷକ ଦାୟତ୍ୱରେ ଥିବା ସୁବାଷ ମହାରଣା, ସମାପ୍ତ ମହାନ୍ତି ଓ ପ୍ରମୋଦ ରାଉତରାୟ ୱାର୍ଡ ସ୍ତରୀୟ କର୍ମୀ ମାନଙ୍କ ଡାକି ଆଲେଚନା ଚଳାଇଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୧----୯,୧୦