ବିନ୍ଧ୍ୟବାସିନୀ ଡୁଙ୍ଗୁରୀ ପୀଠରେ ଚୈତ୍ର ପୂର୍ଣ୍ଣମୀ ଓ ଆଠ ମଙ୍ଗଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଭେଡେନ----- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଅଧିଷ୍ଠାତ୍ରୀ ଦେବୀ ମା ବିନ୍ଧ୍ୟବାସିନୀ ଚୈତ୍ର ପୂର୍ଣ୍ଣମୀ ଓ ଆଠ ମଙ୍ଗଳା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିନ୍ଧ୍ୟବାସିନୀ ଟ୍ରଷ୍ଟ ସଭାପତି ସତ୍ୟଜିତ ପୁରୋହିତ ଙ୍କ ଆହ୍ବାନ କ୍ରମେ ବିନ୍ଧ୍ୟବାସିନୀ ଡୁଙ୍ଗୁରୀ ର ପାଦଦେଶରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
କରୋନା ମହାମାରୀ ର ଦ୍ଵିତୀୟ ଲହର ଲାଗି ରହି ଏବେ ଚାରିଆଡେ ସରକାରୀ କଟକଣା ମଧ୍ୟ ଜାରି ରହିଛି।ଏହି ବୈଠକରେ ବିନ୍ଧ୍ୟ ବାସିନୀ ଟ୍ରଷ୍ଟ ର ସମସ୍ତ ସଦସ୍ୟ ଓ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲ ଦାର ନାରାୟଣ ଦଣ୍ଡସେନା,ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ହେମନ୍ତ ରାଓ, ରୁଷୁଡା ଫାଣ୍ଡି ଅଧିକାରୀ ଗଣେଶ କଲେତ,ଖୁଣ୍ଟଲି ପାଲି ବିଦ୍ୟୁତ ସେକ୍ସନ ଅଫିସର ଅମିତ କୁମାର ପ୍ରଧାନ,ଜନପ୍ରତିନିଧି ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ, ସଂକ୍ରିଡା ସମିତି ସଭ୍ୟା ପ୍ରତିନିଧି ଶୁସିଲ ଭୁଏ,ଡାଲବ ସରପଞ୍ଚ ପ୍ରତିନିଧି ସାନନ୍ଦ ଦଣ୍ଡସନା, ପୂଜା ରି ଝାକଂର ଉଦ୍ଧବ ଧରେଇ ଓ ପୂଜା ର ଛତ୍ରୀୟା ଦୁର୍ଗା ଭୂଏ ପ୍ରମୁଖ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉଦୟ ପୁରୋହିତ,ଅରବିନ୍ଦ୍ ସୁଆର,ଅକ୍ଷୟ ପୁରୋହିତ,ଗଙ୍ଗାଧର ପୁରୋହିତ, ଗୁଣନିଧି ପୁରୋହିତ,ପରେଶ ସୁଆର, ସଚିନ ପୁରୋହିତ,ଦେବେନ୍ଦ୍ର ପୁରୋ ହିତ,ବିପିନ ମେଘ,ରାଧେ ଶ୍ଯାମ ଭୋସାଗର,ରାଜେନ୍ଦ୍ର ପୁରୋହିତ, ସୁରେନ୍ଦ୍ର କଠାର,ଚାଷୀଗିରୀ ନଈ, ସଚିଦା ମାଝୀ,ଏମ ଏନକେରନା, କେଶନ ମେଘ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ପ୍ରଶାସନ ତରଫରୁ ଗତ ବର୍ଷ ବିନ୍ଧ୍ୟବାସିନୀ ଡୁଙ୍ଗୁରୀ ଠାରେ ୧୪୪ ଧାରା ଜାରି କରାଯାଇଥିଲା ଓ ବିନା ଭକ୍ତରେ ମା ବିନ୍ଧ୍ୟବାସିନୀ ଚୈତ୍ର ପୂର୍ଣ୍ଣମୀ ଯାତ୍ରା ନୀତିକାନ୍ତି ଅନୁସାରେ ହୋଇଥିଲା। ସେହିପରି ଭାବରେ ଚଳିତ ବର୍ଷ ମଧ୍ୟ ସରକାରୀ କଟକଣା କୁ ଆଖି ଆଗରେ ରଖି ପ୍ରଶାସନ ତଥା ଜନସାଧାରଣ ଙ୍କ ମିଳିତ ଉଦ୍ୟମ ରେ ସରକାରୀ କଟକଣା ମଧ୍ୟରେ ରହି ପାଳିତ ହେବାକୁ ନିଷ୍ପତ୍ତି ହୋଇଛି। କରୋନା ମହାମାରୀ ଦ୍ଵିତୀୟ ଲହର କଟକଣା ଲାଗି ରହି ଥିବାରୁ ଅନଲାଇନ ମାଧ୍ୟମରେ ମାଁ ପୂଜାର୍ଚ୍ଚନା ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ପ୍ରଶାସନ ତରଫ ରୁ ସଂପୂର୍ଣ୍ଣ ରୁପେ ସହଯୋଗ ରହିବ ବୋଲି ଜଣାପଡ଼ିଛି।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,13/4/2021---8,00