କୋଭିଡ- ଆଇନ ଅନୁଯାୟୀ ଅଳ୍ପ ଭକ୍ତରେ ଖାଇପୋଡ ଯାତ୍ରା ଶେଷ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଭିଁପୁର ଓ ଦାସବିଦ୍ୟାଧରପୁର ଗ୍ରମାରେ ଖାଇଫୋଡ ଯାତ୍ରା ପବିତ୍ର ମହାବିଷ୍ଠୁବ ସଂକ୍ରାନ୍ତି ଅବସରରେ ଭିଁପୁର ଗ୍ରାମର ମା ଗଡଚଣ୍ଡୀଙ୍କ ମନ୍ଦିର ଏବଂ ଦାସବିଦ୍ୟାଧରପୁର ବଡପୋଖରୀ ଠାରେ ଖାଇଫୋଡ ଯାତ୍ରା କୋଭିଡ-୧୯ ଆଇନ ଅନୁଯାୟୀ ପାଳନ ହୋଇଯାଇଛି । ଠାକୁରାଣୀଙ୍କ ସମସ୍ତ ଦେବନୀତି ସରିବା ପରେ ପରେ କାଳେସି ବିଜେ କରିଥିଲେ । ମାନସିକ ଧାରୀ ମାନେ ପୋଖରୀରେ ଗାଧୁଆ ପାଧୁଆ କରି ପିଠିରେ କଣ୍ଟା ଫୋଡାଯାଇଥିଲା । କେବଳ ଠାକୁରଙ୍କ ବିଧି କରାଯାଇଥିଲା । ଚୈତ୍ରମାସ ସାରା ପବିତ୍ରତାର ସହିତ ଏହି ପାଟୁଆ ମାନେ ହବିଷ୍ୟାନ୍ନରେ ରହିବା ସହ ପ୍ରତି ମଙ୍ଗଳବାର ଦିନ ମାଙ୍କୁ ପୂଜା କରୁଥିଲେ । କରୋନା ଯୋଗୁ ଗତବର୍ଷ ଯାତ୍ରା ବନ୍ଦ କରାଯାଇଥିଲା ଏ ବର୍ଷ ଯାତ୍ରା କରାଯାଇଛି ମାତ୍ର ଠାକୁରଙ୍କ ନୀତିକାନ୍ତି କରାଯାଇ ଯାତ୍ରା ରେ ସେପରିଲୋକଙ୍କର ଗହଳି ଦେଖିବାକୁ ମିଳିନଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୧--୮,୩୦