Breaking News

ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳିତ


 ସାକ୍ଷୀଗୋପାଳ------  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପାଣିଛତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ତୃତୀୟ ବାର୍ଷିକ ସ୍ୱାସ୍ଥ୍ୟ  ଓ ଆରୋଗ୍ୟ କେନ୍ଦ୍ର ଦିବସପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧୃବଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠାରୁ ବଡ ସମ୍ପଦ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ସାକ୍ଷୀଗୋପାଳ ମେଡିକାଲର ଇନିଚାର୍ଯ୍ୟ  ଡ.ବିଶ୍ୱଜିତି ମିଶ୍ର ଙ୍କ ସହିତ ଆୟୁଷ ଡାକ୍ତର, ଫାର୍ମସିଷ୍ଟ , ସ୍ୱାସ୍ତ୍ୟ କର୍ମୀ, ଆଶା କର୍ମୀ, ମହିଳା ଗୋଷ୍ଠୀ ଙ୍କ ସହିତ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହେଉଥିବା ସେବା ସମ୍ପର୍କରେ ମେଡିକାଲ ଇନିଚାର୍ଯ୍ୟ ଡ. ମିଶ୍ର ଆଲେଚନା କରିଥିଲେ । ଶେଷରେ ଏକ ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିଲା । କରୋନା ସମ୍ପର୍କରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ସାକ୍ଷୀଗୋପାଳର ପାଣିଛତ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୧---୮,୨୫

Blog Archive

Popular Posts