ଦଶମ ଶ୍ରେଣୀ ପ୍ରଶ୍ନ ଉତ୍ତର ପୁସ୍ତକ “ସାହିତ୍ୟ ସିନ୍ଧୁ” ଉନ୍ମୋଚନ
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନ ଉତ୍ତୋର ପୁସ୍ତକ “ସାହିତ୍ୟ ସିନ୍ଧୁ” ଉନ୍ମୋଚିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ପୁସ୍ତକଟିକୁ ଉନ୍ମୋଚିତ କରିଥିଲେ । ପୁସ୍ତକଟିକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ରଚନା କରାଯାଇଛି । ଦଶମ ଶ୍ରେଣୀ ସାହିତ୍ୟ ବହିର ସମସ୍ତ ପ୍ରଶ୍ନୋତ୍ତର ସହିତ ବ୍ୟାକରଣକୁ ସ୍ଥାନ ଦିଆଯାଇଥିବା ଜଣାପଡିଛି । ଦଶମ ପରିକ୍ଷା ଦେଉଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ ହୋଇ ପାରିବ ବୋଲି ଶିକ୍ଷକ , ଶିକ୍ଷୟତୀ ଓ ବୁଦ୍ଧିଜୀବୀ ମାନେ ଆଶା ପ୍ରକାଶ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪/୨୦୨୧----୪,୧୫