ରୁଦ୍ରଙ୍କୁ ଦେଖି କାନ୍ଦି ପକାଇଲେ ମହିଳା ; ବନ୍ଦାପନା କରି ବିଜୟ ଟିକା ପିନ୍ଦାଇଲେ ଶହ ଶହ ମହିଳା
ଡେଲାଙ୍ଗ ------ପିପିଲି ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରକାର । ନିର୍ବାଚନ ପ୍ରଚାରରେ ବିଜେଡି ଦଳ ସବୁଠାରେ ଆଗରେ ରହିଛି । ଗୁରୁବାର ଡେଲାଙ୍ଗ ବ୍ଳକର ନିର୍ବାଚନ ମୈଦାନକୁ ଓହ୍ଳାଇଛନ୍ତି ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ରୁଦ୍ରଙ୍କୁ ଦେଖି ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କୁ ଭଲ ପାଉଥିବା ଗାଁର ମହିଳା ମାନେ କାନ୍ଦି ପକାଇବା ସହ ଦୁବ, ଅରୁଆ ଚାଉଳ ପକାଇ ଆର୍ଶିବାଦର ଟୀକା ପିନ୍ଦାଇ ଦେଉଥିବାର ଦେଖାଯାଇଥିଲା । ପଟ୍ଟନାକୟିଆ- ଡେଲାଙ୍ଗ ରାସ୍ତାର ଲୁଣା ସେତୁ ପାଖରୁ ମୁନିନ୍ଦା ଗ୍ରାମର ଶହ ଶହ ଯୁବକ ମାନେ ମଟର ସାଇକେଲରେ ବିରାଟ ପଟୁଆରେ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ପୁରୁଣା ଡେଲାଙ୍ଗ, ଗୁଣ୍ଡିଚିପାଟଣା ଗ୍ରାମ ଦେଇ ମୁନିନ୍ଦା ଗ୍ରାମ ପଞ୍ଚାୟତର ଡକପଡା, ଅଳଉତା, ବେଳପଡା, ମୋହନପୁର, ବରକେରା, ମୁନିନ୍ଦା, ଚାନ୍ଦୋଳ, ବଡ ମୁନିନ୍ଦା, ଯୁଇଲୁଣ୍ଡା, ସେବତୀପୁର ଦେଇ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ରାଡୁଅ, ଶିଶୁଆପଡା, ବାଲିହୁଙ୍କା, ନୂଆହାଟ, ହରିପୁର, କଲ୍ୟାଣପୁର, କରିମଲ୍ଲ , ସେବତୀପୁର ଦେଇ ଧାନକେରା, ଅଭୁମୁଖୀରାମଚନ୍ଦ୍ରପୁର, ଶ୍ରୀପୁରୁଷୋତ୍ତମପୁର, ଜେନାପୁର ଓରେଞ୍ଚ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଥିଲେ । କେତେବେଳେ ଖୋଲା ଜିନିରେ ତ କେତେବେଳେଯୁବକ ମାନଙ୍କ ମଟର ସାଇକେଲରେ ବସି ପ୍ରଚାର କରୁଥିଲେ । ରୁଦ୍ର ପ୍ରଚାର କରିବା ସମୟରେ ହାତ ଯୋଡି ଭୋଟରଙ୍କ ଆଶୀବାର୍ଦ ମାଗୁଥିଲେ । ବିଶେଷ କରି ଗ୍ରାମଞ୍ଚଳରେ ଯୁବକ ମାନଙ୍କ ଠାରୁ ମହିଳା ମାନଙ୍କର ଆଗ୍ରହ ଅଧିକ ପରିଲକ୍ଷିତ ହେଉଥିଲା । ଯେଉଁଠି ଯେଉଁଠି ବିଜେଡି ଦଳ ମଧ୍ୟରେ କାଁ ଭାଁ ମନାନ୍ତର ଥିଲା ସେ କଥାକୁ ପଛରେ ପକାଇ ଦେଇ ସମସ୍ତେ ଏକ ହୋଇ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ଅଧିକାଂଶ ଲୋକଙ୍କ ପାଦଛୁଇଁ ସେମାନଙ୍କ ଠାରୁ ଆଶୀର୍ବାଦ ନେଉଥିବାର ଦେଖାଯାଇଥିଲା । ସତ୍ୟବାଦୀର ଯୁବ ବିଧାୟକ ଉମାକାନ୍ତ ସାମନ୍ତରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ତଥା ବିଜେଡି ଦଳର ବ୍ଳକ ମହିଳା ସଭାନେତ୍ରୀ ବାସନ୍ତୀ ସାହୁ, ମୁନିନ୍ଦା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା ଙ୍କ ସହିତ ପର୍ଯ୍ୟବେକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ଅନିତା ବେହେରା, ପୂଣ୍ଣିମା ସିଂ, ଇତିଶ୍ରୀ ବେଜ, ସେନାଲି ମିଶ୍ର, ଅଞ୍ଜନା ବେଜ ପ୍ରମୁଖ ଏହି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୧----୫,୧୦