ପ୍ରଭାତ କ୍ଳବର ସାଂଗଠନିକ ବୈଠକ
ଡେଲାଙ୍ଗ ----- ଡେଲାଙ୍ଗ ଷ୍ଟେସନ ସ୍ଥିତ ପ୍ରଭା୍ତ କ୍ଳବର ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ବର୍ଷ ପାଇଁ କ୍ଳବର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ଆଲେଚନା କରାଯାଇଥିଲା । ଦୁତୀୟ ପର୍ଯ୍ୟାୟ କରୋନା ପାଇଁ ସାନିଟାଇଜର କରିବା ସହ ଜନସଚେତନାତା ସୃଷ୍ଟି କରିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । ଜନୈକ ବ୍ୟକ୍ତି ପିପିଲି ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଭାତ କ୍ଳବକୁ ବଦନାମ କରିବା ପାଇଁ ସେ ପ୍ରଭାତ କ୍ଳବ ତାଙ୍କୁ ଠିଆ କରାଇଛି ବୋଲି କହୁଥିବା ଏବେ ନଜରକୁ ଆସିଛି । ଅନୁଷ୍ଠାନର ସଭାପତି ଓ ସମ୍ପାଦକଙ୍କ ସହିତ ଉପସ୍ଥିତ ଥିବା ସଦସ୍ୟ ମାନେ ଏହାକୁ ବିରୋଧ କରିବା ସହ ନିନ୍ଦା କରିଛନ୍ତି । ପ୍ରଭାତ କ୍ଳବ କାହାକୁ ଠିଆ କରାଇନାହିଁ ବା ଯେଉଁ ବ୍ୟକ୍ତି ପ୍ରଭାତ କ୍ଳବ ନାମ ନେଉଛନ୍ତି ସେ ପ୍ରଭାତ କ୍ଳବର ସଦସ୍ୟ ନୁହନ୍ତି ବା ପ୍ରଭାତ କ୍ଳବ ସହିତ ସେ ଜଡିତ ନୁହନ୍ତି ବୋଲି ଦୀପକ କୁମାର ମିଶ୍ର ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୧----୫,୧୦