ତାରେଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି
ଡେଲାଙ୍ଗ ---- ପଟ୍ଟନାୟକିଆ- ଡେଲାଙ୍ଗ ରାସ୍ତାର ମଉଁନେଇମଠ ବଜାର ସ୍ଥିତ ମା ତାରେଣୀଙ୍କ ପୀଠ ପରିସରରେ ୪ର୍ଥ ବାଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅପରାହ୍ନରେ ଯଜ୍ଞର ପୂଣ୍ଣାହୁତି ହୋଇଥିଲା । ପୂର୍ଣ୍ଣାହୁତି ଦେଖିବା ପାଇଁ ଆଖପାଖ ଗ୍ରାମର ଲୋକମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଏଥିରେ ରବିନ୍ଦ୍ର ମହାରଣା ଓ କମଳିନି ମହାରଣା କର୍ତ୍ତା ଓ କର୍ତ୍ତା ଭାବେ ରହିଥିବା ବେଳେ ମ୍ୟୁ ପଣ୍ଡିତ ଭାବେ ସନ୍ତୋଷ ମିଶ୍ର ପୂଜା ପାଠ କରିଥିଲେ । ସଂଧ୍ୟାରେ ସମୂହ ପ୍ରସାଦ ସେବନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୧----୫,୧୦