ବିଭିନ୍ନ ମହାବୀରି ଓ ଶୈବପୀଠରେ ପଣାସଂକ୍ରାନ୍ତ ପର୍ବ ପାଳିତ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଶୈବପୀଠ ଓ ମହାବୀରି ମନ୍ଦିରରେ ମହାବିଷ୍ଣୁବ ବା ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି । ଲୋକମାନେ ପଣା ସଂକ୍ରାନ୍ତିରେ ନିଜ ଘରେ ଥିବା ଚଉରା ମୁଳରେ ଛାମୁଣ୍ଡିଆ କରି ବୃନ୍ଦବା୍ତୀଙ୍କୁ ପଣା ଭୋଗ କରିବା ପରେ ଘର ଠାକୁରଙ୍କୁ ଭୋଗ କରିଥିଲେ । କ୍ଷୀର, ଛେନା, କଦଳୀ, ନଡିଆ, ସେଓ, ଅଙ୍ଗୁର, ଘିଅ. ମହୁ. ଖଇ, ଗୋଳମରିଚରେ ପ୍ରସ୍ତୁତ କରାଯାଇଥିବା ପଣାକୁ ଠାକୁରଙ୍କ ପାଖରେ ସମର୍ପଣ କରାଯାଇଥିଲା । ସେହିପରିମହାବୀରି ମନ୍ଦିର ଓ ଶୈବପୀଠ ମାନଙ୍କରେ ପଣା ଭୋଗ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଳକ ଛକ ନିକଟରେ ଥିବାବାଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଲୋକଙ୍କ ଭିଡକୁ ପରିଲକ୍ଷିତ କରି ମନ୍ଦିର ପରିଚାଳନା କମିଟି ପକ୍ଷରୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଳକ୍ଷା କରିବା ପାଇଁ ବୃତ୍ତି ଚିହ୍ନିତ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୧---୮,୨୫