Breaking News

ଡେଲାଙ୍ଗରେ ରାଜନୈତିକ ହିସାଂକାଣ୍ଡ; ଜଣେ ମୃତ୍ୟୁ


 ଡେଲାଙ୍ଗ ------ଡେଲାଙ୍ଗ ବ୍ଳକର ଜେନାପୁର ଗ୍ରାମ ପଞ୍ଚାୟତର ଦେପୁର ପାଣିସାହିରେ ନିର୍ବାଚନ ହିଂସାକାଣ୍ଡ ଘଟିଯାଇଛି । ଏଥିରେ ପାଣ୍ଡିଆ ବେହେରାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ପାଣ୍ଡିଆଙ୍କ ସ୍ତ୍ରୀ ବନିତା ବେହେରା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ  ଦେପୁର ବାହ୍ମଣ ସାହିର ରମେଶ ଚନ୍ଦ୍ର ଷଡଙ୍ଗୀ ( ପେଜୁଆ) ଉମେଶ ଚନ୍ଦ୍ର ଷଡଙ୍ଗୀ ( ଅର୍ମି) ଓ ସତ୍ୟନାରାୟଣ ଷଡଙ୍ଗୀ  ବନିତାଙ୍କ ସ୍ୱାମୀ ପାଣ୍ଡିଆଙ୍କୁ ୫ହଜାର ଟଙ୍କା ଦେଇଥିଲେ । ଗ୍ରାମରେ ଏ ଟଙ୍କା ବାଣ୍ଟିବ ଏବଂ ବିଜେପିକୁ ଭୋଟ ଦେବା ପାଇଁ କହିଥିଲେ । ଗ୍ରାମରେ କେହି ରାଜି ନହେବାରୁ ସେମାନଙ୍କୁ ମୋ ସ୍ୱାମୀ ୪ ଜହାର ଟଙ୍କା ଫେରାଇବାରୁ ସେମାନେ ରାଗି ଯାଇ ମିଳିତ ଭାବେ ମାଡ ମାରିଥିଲେ । ଯାହାକି ମୋ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଥିଲେ । ତା ପରଦିନ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ନେଇଥିବା ବେଳେସେଠାରେ ଡାକୁର ମୃତ୍ୟୁ ଘୋଷଣା କରିଥିଲେ । ପରିବାର ଲୋକମାନେ ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତ ପରିବାରଙ୍କ ଘର ଆଗରେ ଶବ ରଖି କ୍ଷତିପୁରଣ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗରିଫ କରିବା ଦାବିରେ ଶବ ରଖି ଧାରଣରେ ବସିଥିଲେ । ଖବର ପାଇ ଡେଲାଙ୍ଗ ବିଡିଓ ଦିଲୀପ କୁମାର ଷଡଙ୍ଗୀ ୧୦ ହଜାର ଟଙ୍କା ଆର୍ଥିକସହାୟତା ଯୋଗାଇ ଦେଇଥିଲେ । ତିନିଜଣଙ୍କ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଡେଲାଙ୍ଗ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପିପିଲି ଏସଡିପିଓ ଦେବଦତ୍ତ ବରାଳ ପ୍ରତିଶୃୁତି ଦେବା ପରେ ପରିବାର ଲୋକମାନେ ଶବ ସତ୍କାର କରିବା ସହ ଧାରଣରୁ ଉଠିଥିଲେ । । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୧-----୮,୨୦

Blog Archive

Popular Posts