ଛେଳି ଚୋର ସହ ଅଟୋ ଜବତ
ସାକ୍ଷୀଗୋପାଳ------ବାସୁକେରା ଗ୍ରାମର ବ୍ରଜ କିଶୋର ଦଳାଇଙ୍କ ଘରୁ ଦୁଇଦିନ ତଳେ ଚାରୋଟି ଛେଳି ଚୋରି ହୋଇଥିଲା । ଏ ନେଇ ଶ୍ରୀ ଦଳାଇ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଗ୍ରହଣ କରି ସତ୍ୟବାଦୀ ଥାନାରେ ୧୪୩/୨୦୨୧ରେ ଏକ କେସ ରୁଜ କରି ତଦନ୍ତ ଜାରି ରହିଥିଲା । ମହାମାୟା ସାହିର ରବି ରାଉତଙ୍କ ପୁଅ ପବି ରାଉତ ଏକ ଅଟୋରେ ୪ଟି ଛେଳି ନେଇକି ଯାଉଥିବା ବେଳେ ପୋଲିସ ଛେଳି ସହିତ ପବିକୁ ଗିରଫ କରି କୋର୍ଟ ଚାଲାଣ କରିଥବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧----୬,୪୦