ଡେଲାଙ୍ଗରେ ଶୋଖର ଛାୟା ଖେଳିଯାଇଛି
ଡେଲାଙ୍ଗ ---- ପିପିଲି ଓ ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଏବେ ଶୋଖର ଛାୟ ଖେଳିଯାଇଛି । ଆଙ୍କୋଇ ଗ୍ରାମ ଏବେ ସ୍ତବବ୍ଧ ହୋଇଯାଇଛି । ତାଙ୍କର ପୁଅ ( କାବୁ) ଅଜିତ ମଙ୍ଗରାଜ ବେରବୋଇରେ ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହୋଇପଡିବାରୁ ଡେଲାଙ୍ଗ ମେଡିକାଲରେ ଚିକିତ୍ସା ହୋଇଥିଲେ । ପରେ ପରେ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସା ହେଉଥିଲେ । ତାଙ୍କୁ କରୋନା ଆକ୍ରମଣ କରିଥିବା ନେଇ ଜଣାପଡିଥିଲା । ବୁଧବାର ଅପରାହ୍ନରେ ମୃତ୍ୟୁ ଖବର ପ୍ରସାର ହେବାପରେ ଡେଲାଙ୍ଗ ବ୍ଳକର ଜନସାଧାରଣ ସ୍ତବବ୍ଧ ହୋଇପଡିଛନ୍ତି । ସବୁଠାରୁ ସ୍ୱର୍ଗତ ଶ୍ରୀ ମଙ୍ଗରାଜଙ୍କ ଜନ୍ମସ୍ଥାନ ଆଙ୍କୋଇ ଗ୍ରାମ ଏବେ କାନ୍ଧୁଛି । କାହାରି ମୁହଁରେ କଥା ବାହାରୁନାହିଁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା କ’ଣ ହେଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୧-----୮,୨୦