Breaking News

ମହିଳା ଗୋଷ୍ଠୀ ମାନଙ୍କୁ ପ୍ରଶିକ୍ଷଣ ଅର୍ଥ ତୋଷରପାତ; ପଚାରିବାରୁ ମିହଳାଙ୍କୁୂ ଆକ୍ରମଣ , ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକରେ ଓଡିଶା ଜିବିକା ମିଶନ ମାଧ୍ୟମରେ ଆସିଥିବା ଅର୍ଥ ତୋଷାରପାତ ହୋଇଥିବାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଥବା ନେଇ ସେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ  ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚତ କାର୍ଯ୍ୟାଳୟ ପରିସରରେ  ମହିଳା ଗୋଷ୍ଠୀ ମାନଙ୍କୁ ପ୍ରଶିକ୍ଷଣ ପାଇଁ ଆସିଥିବା ଅର୍ଥକୁ ତୋଷରପାତ କରାଯାଇଛି ବୋଲି  ଜଣାପଡିଛି । ସେଠାରେ ଉକ୍ତ ପଞ୍ଚାୟତର ସରପଞ୍ଚ ଓ ତାଙ୍କ ପ୍ରତିନିଧି ସୋମନାଥ ମୁଦୁଲି ଓ ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦିକା, ଏମ.ବି.କେ, ଓ ସି. ଆର.ପିଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀ ର ମା ମାନେ ଉପସ୍ଥିତ ଥିଲେ ।   ଉକ୍ତ ପଞ୍ଚାୟତରେ ଏହି ତାଲିମ ଚାଲିଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପଟ୍ଟନାୟକିଆ ସାହିର ସନ୍ଧ୍ୟାରାଣୀ ମହାନ୍ତି ଙ୍କୁ କେତେକ ମହିଳା ଗୋଷ୍ଠୀର ମା ମାନେ ତାଙ୍କ ପାଇଁ ଆସିଥିବା  ୨୫ ଟଙ୍କା ଆସିଥିବା ବେଳେ ସେମାନଙ୍କୁ ୧୦ ଟଙ୍କା ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ ।  ଏସମ୍ପର୍କରେ ସତ୍ୟାସତ୍ୟ ବୁଝିବା ପାଇଁ ସେଠାକୁ ସନ୍ଧ୍ୟାରାଣୀ ଯାଇଥିଲେ । ଏବଂ ସେଠାରେ ପହଞ୍ଚି ମା ମାନଙ୍କର ଅଭିଯୋଗ ସମ୍ପର୍କରେ ପଚାରିବାରୁ ସେଠାରେ ଥିବା ଜଣେ (ସି.ଆର.ପି) ଆଶାଲତା ପରିଡା ଶଅୀରାମଚନ୍ଦଅପୁର ଗ୍ରାମ ପଞ୍ଚାୟତର ମଠସାହିର  ସନ୍ଧ୍ୟାରାଣୀଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ସେ ସତ୍ୟବାଦୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ଥାନା ୧୫୯/୨୦୨୧ରେ ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।  ସୁଚନାଯୋଗ୍ୟ ଯେ ଓଡିଶା ଜିବିକା ମିଶନ ( ଓଏଲଏମ ) ପକ୍ଷରୁ  ମହିଳା ମାନଙ୍କୁ ସଶକ୍ତିକରଣ ନିମନ୍ତେ ମଡେଲ ଟ୍ରେନିଂ ନିମନ୍ତେ ପ୍ରତି ସଭ୍ୟାଙ୍କ ପାଇଁ ୨୫ଟଙ୍କା ଅର୍ଥ ଆସିଛି । ଏହି ଅର୍ଥକୁ ତୋଷାରପାତ କରାଯାଉଥବା ଜଣାପଡିଛି ।  ଯାହାକି ଏମବିକେ ଓ ସିଆରପି ମାନେ ସନ୍ଧ୍ୟାରାଣୀଙ୍କୁ ବକାବନା କରିବା ସହ ଜିବନରେ ମାରିଦେବା ପାଇଁ ଉଦ୍ଦ୍ୟମ କରିଥିଲେ । ସନ୍ଧ୍ୟାରାଣୀଙ୍କୁ ଡାକିକି ନେଇଥବା ମା ମାନେ ସେମାନଙ୍କ ଠାରୁ ସନ୍ଧ୍ୟାରାଣୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସନ୍ଧ୍ୟାରାଣୀ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪/୨୦୨୧----୪,୧୫

Blog Archive

Popular Posts