କୁଆପଦା ଗ୍ରାମରେ ଦୀର୍ଘଦିନର ଅଶାନ୍ତି ଦୂର ହେଲା
ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମରେ ଦୀର୍ଘଦିନର ଅଶାନ୍ତି ଦୁର ହୋଇଛି । ଯାହାକୁ ନେଇ ଗ୍ରାମରେ ଯୁବକ ମାନେ ଖୁସି ହୋଇଛନ୍ତି । ଏମାନଙ୍କ ଠାରୁ ମହିଳା ମାନେ ବହୁତ ଖୁସି ଥବାର ଜଣାପଡିଛି । ସୁଚନାଯୋଗ୍ୟ ଯେ ବଣିବକ୍ରେଶ୍ୱରଙ୍କ ପୀଠରେ କୁଆପଦା ଗ୍ରାମ ବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସମାନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସମାନ୍ତରାୟ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା , ପୁରୀ ସାଂସଦଙ୍କ ପ୍ରତିନିଧି ବିଜନ ମହାପାତ୍ର ପିୟବ୍ରତ (ରାଜା) ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ସଭାପତିତ୍ୱରେ କରିଥିଲେ । ଏକ ଆଲେଚନା କରାଯାଇ ଗ୍ରାମ ମଧ୍ୟରେ ଥିବା ବିବାଦର ସମାଧାନ କରାଯିବ ବୋଲି ସତ୍ୟବାଦୀ ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ । ସେହିପରି ଏବେଠାରୁ ଗ୍ରାମରେ କେହି ବ୍ୟକ୍ତି ବିଶେଷ ଅଶାନ୍ତି ସୃଷ୍ଟି କରିବ ତାଙ୍କ ଉପରେ ଦୃଢ଼କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା । ବହୁ ଶିଘ୍ର ଗ୍ରାମ ବିବାଦ ସମାଧାନ କରାଯିବ । ଏହି ବୈଠକରେ ସମିସଭ୍ୟ ଦୁଷ୍ମନ୍ତ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ପାଟ୍ଟଶାଣୀ, ଲଲାଟ କେଶରୀ ପାଇକରାୟ, ଚିତ୍ରସେନ ନିଶଙ୍କ, ଯୁଧିଷ୍ଠିର ମାର୍ଥା, ନିଳେନ୍ଦ୍ର ଜେନା, ସୁବାଷ ବଳବନ୍ତରାୟ, ରବିନ୍ଦ୍ର ସାହୁ, ପ୍ରକାଶ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ଓ ବିଜେଡି ଦଳ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ ପ୍ରତିଶୃତି ଦେଇଛନ୍ତି । ଗ୍ରାମରେ ଏକତା ଓ ଶାନ୍ତି ରହିଲେ ବିକାଶର ରଥ ଗଡିବ ବୋଲି ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀପୂଜାରୀ କହିଥିଲେ । ଶାନ୍ତି ବିନା ପ୍ରଗତି ହେବନାହିଁ ବୋଲି ପୂର୍ବତନ ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୪/୨୦୨୧----୫,୦୫