ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିବାକୁ ନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ସାକ୍ଷୀଗୋପାଳ ନିଉଜ୍ :-ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରାକ୍ତନ ଅତାବିରା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଂଜନ ମହାନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ବରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ର ପ୍ରତ୍ୟାହାର କରିବାକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭେଡେନ ବିଦ୍ୟୁତ ବିଭାଗର ଏସ ଡି ଓ ବାଞ୍ଛାନିଧି ନାୟକ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଭେଡେନ ବ୍ଲକ କଂଗ୍ରେସ ପ୍ରାକ୍ତନ ସଭାପତି ଗଣେଶ ପଧାନ, ଅତାବିରା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜିତେନ୍ଦ୍ର ପୋଢ, ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର, ବିଶ୍ୱଜିତ ହୋତା ମାଧବ ସାହୁ, ରମାକାନ୍ତ ବଗର୍ତ୍ତୀ, ବିରାଟ ବାଗ, ଭୋଲା ଯୁଆଡି ଓ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଯଦି ବିଦ୍ୟୁତ ଶୁଳ୍କ ପ୍ରତ୍ଯାହାର କରାନଯାଏ, ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଭେଡେନ ବ୍ଲକ କଂଗ୍ରେସ କମିଟି ରମେଶ ଚନ୍ଦ୍ର ପଣ୍ଡା କହିଛନ୍ତି।
ଭେଡେନ ରୁ ଭବାନୀଶଂଙ୍କର ପାଢୀଙ୍କ ରିପୋର୍ଟ ,୬/୪/୨୦୨୧---୧୦,୦୦