Breaking News

ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି ପାଇଁ କର୍ମଶାଳା ଅନୁଷ୍ଠିତ


ସାକ୍ଷୀଗୋପାଳ ନିଉଜ : ଭେଡେନ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ କର୍ମଶାଳା ଆଜି ରେମଣ୍ଡା ସରକାରୀ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ସାହୁ ଅଧ୍ୟକ୍ଷତା କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି, ଭେଡେନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରମଣୀ ରଞ୍ଜନ ରାଉତ, ଝରପାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସଂଜୀବ ପ୍ରଧାନ ମଂଚାସୀନ ଥିଲେ । ଏହି କର୍ମଶାଳାରେ ଶିକ୍ଷକ ବିଜୟ ଜେଶ୍ୱାଳ ଅତିଥି ପରଚୟ ଓ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ସାଧନ କର୍ମୀ ଝରାପାଲି ହାଇସ୍କୁଲର ସଂଜୀବ ପ୍ରଧାନ ବିଜ୍ଞାନ ପ୍ରକଳ୍ପ ତିଆରି ଓ ତାହାରି ଭିଡ଼ିଓ ପ୍ରସ୍ତୁତି ଉପରେ ତାଲିମ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଜୟଶ୍ରୀ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ବ୍ଲକର ସମସ୍ତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ୬/୪/୨୦୨୧---- ୯,୫୦

Blog Archive

Popular Posts