ବାଲି, ଗୋଡି ନ ମିଳିବାରୁ ସରକାରୀ ଓ ବେସରକାରୀ ନିର୍ମାଣଧୀନ କାର୍ଯ୍ୟ ଠପ ହୋଇଯାଇଛି
ସାକ୍ଷୀଗୋପାଳ----- ପୋଲିସ , ତହସିଲଦାରଙ୍କ ପକ୍ଷରୁ ଗୋଡି, ବାଲି ଓ ମାଙ୍କେଡା ପଥର ଚୋରା ଚାଲାଣ ରେକିବା ପାଇଁ ବିଭିନ୍ନ ସମୟରେ ଚଡାଉ କରିବା ଯୋଗୁ ଗାଡି ମାଲିକ ମାନେ ପ୍ରାୟ ଏକମାସ ହେବ ଧର୍ମଘଟ କରିଛନ୍ତି । ଯାହା ଫଳରେକି ବାଲି, ଗୋଡି, ମାଙ୍କେଡା ପଥର ଏବେ ମିଳୁନାହିଁ । ଯାହା ଫଳରେକି ସରକାରୀ ଓ ବେସରକାରୀ ନିର୍ମାଣଧୀନ ଆବାସ ଯୋଜନା, ରାସ୍ତା, ସେତୁ ଆଦି ର୍ନିମାଣଧୀନ କାର୍ଯ୍ୟ ଏବେ ଅଧା ହୋଇ ପଡି ରହିଛି । ବିନା ବାଲିରେ କୌଣସି ନିର୍ମାଣଧୀନ କାର୍ଯ୍ୟ କରାଯାଇ ପାରିବ ନାହିଁ ଏହା ସମସ୍ତେ ଜାଣିଛନ୍ତି । ମାତ୍ର ଏହି ଦିଗପ୍ରତି କୌଣସି ସରକାରୀ ଅଧିକାରୀ ସଠିକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଗାଡି ମାଲିକ ମାନେ କହନ୍ତି । ଏଥିଯୋଗୁ ସତ୍ୟବାଦୀ ବ୍ଳକରେ ଆବାସ ଯୋଜନା ଓ ରାସ୍ତା କାମ ଅଧା ପନ୍ତରିଆ ହୋଇ ପଡରହିିଛି । ଯେଉଁ ବେପାରୀ ମାନେ ବାଲି ଗୋଡି ମଗାଇ ଗଦା କରି ରଖିଥଲେ ସେମାନେ ଏବେ କିଣା ଠାରୁ ପ୍ରାୟ ଦଶ ଗୁଣ ଅଧିକ ଦର ନେଉଛନ୍ତି । ତାହା ମଧ୍ୟ ମିଳୁନାହିଁ । ଅଳ୍ପଦିନ ତଳେ ସାକ୍ଷୀଗୋପାଳ --- ଅଳଗୁମ ରାସ୍ତା ନିର୍ମାଣ କାର୍ଯ୍ୟ ଚନ୍ଦନପୋଖରୀ ଠାରୁ ଆରମ୍ଭ କରାଯାଇଛି । ପିଚୁ ଠାରୁ ପ୍ରାୟ ୨ ଫୁଟ ଉଚ୍ଚରେ ଗୋଡି ସିମେଣ୍ଟ ଡଲାଇ ରାସ୍ତା କରାଯାଇଛି । ମାତ୍ର କାମ ପ୍ରାୟ ୨୦୦ ମିଟର ଗୋଟିଏ ପଟ କରାଯାଇଛି । ଯାହା ଫଳରେକି ବାଲି, ଗୋଡି ନ ମିଳିବାରୁ କାମ ଅଟକିଛି ବୋଲି ସତ୍ୟବାଦୀ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମନୋଜ ନାୟକ କହନ୍ତି । ଅନ୍ୟ ପକ୍ଷେ ଉକ୍ତ ରାସ୍ତା ଗୋଟିଏ ପଟ ବନ୍ଦ ରହିଥିବାରୁ ଉକ୍ତ ରାସ୍ତାରେ ସବୁବେଳେ ଦୁର୍ଘଟଣା ମାନ ଘଟୁଛି । ଏ ସମ୍ପର୍କରେ ଅଭିଯୋଗ କରାଗଲେ ମଧ୍ୟ ବାଲି ଗୋଡି ନ ଥିବାଇ ରାସ୍ତା କାମ ବନ୍ଦ କରାଯାଇଛି ବୋଲି ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷେ ଉକ୍ତ ରାସ୍ତାରେ ଗାଡି ଚଳାଚଳ କରିବା ପାଇଁ ସୁବନ୍ଦୋବସ୍ଥ କରିବାପାଇଁ ସାଧାରଣରେ ଦାବୀ ହେଇଛି । ଅନ୍ୟ ପକ୍ଷେ ବ୍ଳକ ପ୍ରଶାସନ ପକ୍ଷରୁ ଆବାସ ଯୋଜନା ହିତାଧିକାରୀ ମାନଙ୍କୁ ତୁରନ୍ତ ଘର କାର୍ଯ୍ୟ ଶେଷ କରିବା ପାଇଁ ନୋଟିସ ଦିଆଯାଉଛି । ମାତ୍ର ବାଲି ମିଳୁନାହିଁ ବୋଲି କାମ ହୋଇ ପାରୁନାହିଁ ବୋଲି ହିତାଧିକାରୀ ମାନେ କହନ୍ତି । ଏ ସମ୍ପର୍କରେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକଙ୍କୁ ପଚାରିବାରୁ ସେ କହନ୍ତି ଏ ପର୍ଯ୍ୟନ୍ତ ବାଲି ଘାଟ ନିଲାମ ଦିଆଯାଇନାହିଁ । ଚୋରା ବାଲି ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ରୋକ ଲଗାଯାଇଛ ିବୋଲି କହିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧/୧୨/୨୦୨୦, ୭,୫୫