ଇଚ୍ଛା ଶକ୍ତି ଆଗରେ ହାର ମାନିଛି ପ୍ରେମାନନ୍ଦ ଙ୍କ ଅକ୍ଷମତା
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଇଚ୍ଛା ଥିଲେ ସବୁ ସମ୍ଭବ। କିଏ କହେ ଦିବ୍ଯାଙ୍ଗ ହେଉଛନ୍ତି ପରିବାର ପାଇଁ ବୋଝ । ସେ ଯୁଗ ଆଉ ନାହିଁ । ଭଗବାନ ଗୋଟିଏ ଜିନିଷ କମ କରିଥିଲେ ଆଉ ଗୋଟିଏ କରେ ଅଧିକ ଦେଇଥାନ୍ତି । ଯାହା ର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜୁଣ୍ଡା ପଞ୍ଚାୟତ ଭେଜିପାଲି ଗ୍ରାମରେ । ସ୍ଵର୍ଗତ ହରେକୃଷ୍ଣ ମଲ୍ଲିକ ପୁଅ ପ୍ରେମାନନ୍ଦ ମଲ୍ଲିକ ବୟସ ୩୦ଙ୍କ ।ସେ ଜଣେ ଦିବ୍ୟାଙ୍ଗ ଅଟନ୍ତି। ବର୍ତମାନ ସେ ବଡଭାଇ ଭାଉଜ ସାଙ୍ଗରେ ରହୁଛନ୍ତି। ତାଙ୍କ ଇଚ୍ଛା ଶକ୍ତି ବଳରେ ସକ୍ଷମ ଠାରୁ କିଛି କମ ନୁହନ୍ତି ସେ ପ୍ରମାଣ କରିଛନ୍ତି ।ତାଙ୍କର ପରିବାରର ଆଥିର୍କ ସ୍ଥିତି ଭଲ ନଥିବାରୁ ସେ ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରିଲେ। ତାପରେ ପଢ଼ା ଡୋରି ବନ୍ଧା ହେଲା ତା ପରେ ନିଜକୁ ହାର ନମାନି ସେ ଟିଭି ମରାମତି କାର୍ଯ୍ୟ ଶିଖିବା ପାଇଁ ନିକଟସ୍ଥ ଥୁଆପାଲିକୁ ଅନ୍ୟର ସାହାଯ୍ୟରେ ଆସି ଟିଭି ମରାମତି କାର୍ଯ୍ୟ ଶିଖିଲେ ।
ସେହି ଦିନଠାରୁ ପ୍ରେମାନନ୍ଦ ପଛକୁ ଫେରି ଚାହିଁ ନାହାନ୍ତି । ନିଜର ଦୃଢ଼ ମନୋବଳକୁ ପାଥେୟ କରି,ଯାହାର ଟିଭି ଖରାପ ହେଲେ,ଘରକୁ ଆସି କହିଲେ ତାଙ୍କ ଘରକୁ ଯାଇ ମରାମତି କାର୍ଯ୍ୟ କରିଥାନ୍ତି।ଦିନକୁ ଯାହା ରୋଜଗାର କରନ୍ତି ଘରଚଲାଇବାରେ ସହଯୋଗ କରିଥାନ୍ତି। ସେ ସରକାର ଙ୍କ ଠାରୁ ବିକଲାଙ୍ଗ ଭତ୍ତା ପାଉଛନ୍ତି। ଅର୍ଜୁଣ୍ଡା ସରପଞ୍ଚ ଚିତ୍ର ରେଖା ଡନସନା ଓ ଭେଡେନ ବିଡିଓ ମୂରଲୀଧର ନାୟକ ନିକଟରେ ଏକ ଟ୍ରାଇ ସାଇକେଲ ପାଇଁ ଦରଖାସ୍ତ କରି ଥିଲେ।ତାଙ୍କୁ ଗତ ମାସରେ ଏକ ଟ୍ରାଇ ସାଇକେଲ ମିଳିଛି।ତାହାରି ସାହାଯ୍ୟ ଏବେ ବିଭିନ୍ନ ଗ୍ରାମକୁ ଯାଇ ଟିଭି ମରାମତି କାର୍ଯ୍ୟ କରିପାରୁଛନ୍ତି।ସେ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।
ଯଦି ସରକାରଙ୍କ ପକ୍ଷରୁ ତାଙ୍କୁ ଆଥିର୍କ ସାହାଯ୍ୟ ମିଲିଲେ ଦୋକାନ ଟିଏ କରିବା ପାଇଁ ଆଶା ବାନ୍ଧିଥିବା ସେ କହିଛନ୍ତି । ପ୍ରେମାନନ୍ଦ ଅନ୍ୟ ଦିବ୍ଯାଙ୍ଗ ମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ମଧ୍ୟରେ ଲୁଚି ରହିଥିବା ଦକ୍ଷତା ପ୍ରକାଶ କରି ଆମେ କାହା ଉପରେ ବୋଝ ନୁହେଁ ବୋଲି ପ୍ରମାଣ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ,୪/୧୨/୨୦୨୦----- ୪,୩୦