ଫନିି କ୍ଷତିଗସ୍ତଙ୍କୁ ସାହାର୍ଯ୍ୟ ଦାବିରେ ସତ୍ୟାଗ୍ରହ ଆନ୍ଦୋଳନ ଚତୁର୍ଥ ଦିବସ
ସାକ୍ଷୀଗୋପାଳ --------ଫନି ବାତ୍ୟା ଯିବାର ୧୮ ମାସ ପରେ ମଧ୍ୟ ସତ୍ୟବାଦୀ ବ୍ଳକରେ ବହୁ ପରିବାର ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ହୋଇ ରହିଛନ୍ତି । ଏପରିକି ଛାତ ଘର ପରିବାର ଫନି ବାତ୍ୟା ତାଲିକାରେ କୋଠାଘର ହୋଇଛି । କୋଠା ଘର ସରକାରୀ ଚାକିରିଆ ବାବୁ ମାନଙ୍କର ଚାଳ ଘର ଦେଖାଇ ୯୫ ହଜାର ଟଙ୍କା ନେଇଥିବା ଅଭିଯୋଗ ମାନ ହୋଇ ଆସୁଛି । ସରକାରୀ ସାହାର୍ଯ୍ୟ ଦେବା ନିମନ୍ତେ ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି ଏପରିକି ଆତ୍ମହୁତି ଦେବା ପାଇଁ କୁହାଯାଇଥିଲେ ମଧ୍ୟ କେବଳ ପ୍ରଶସନ ପକ୍ଷରୁ ମିଥ୍ୟା ପ୍ରତିଶ୍ରୁତି ମିଳିଛି । ଗତ ୨ ତାରିଖ ଠାରୁ ପୁର୍ନବାର ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ନିକଟରେ ସତ୍ୟାଗ୍ରହ ଆନ୍ଦୋଳନ ଜାରି ରହିଛି । ଆଜି ଆନ୍ଦୋଳନର ୪ର୍ଥ ଦିବସରେ ପହଞ୍ଚିଛି । ଗୁରୁବାର ଆନ୍ଦୋଳନକାରୀ ମାନଙ୍କ ସହିତ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସାକ୍ଷାତ କରିବା ସହ ଉପଜିଲ୍ଲାପାଳଙ୍କ ସହିତ ଆଲେଚନା କରି ୭ ତାରିଖ ଦିନ ଏକ ଆଲେଚନା କରିବା ପାଇଁ ସ୍ଥିର କରାଯାଇଛି । ଆଜି ଆନ୍ଦୋଳନ ସ୍ଥଳରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଉମାକାନ୍ତ ରାଉତ, ରାଜ୍ୟ କମିଟି ସଭ୍ୟ ଗୋବିନ୍ଦ ମହାପାତ୍ରଙ୍କ ସହିତ ଭାଗିରଥି ଦାସ, ପଦ୍ମନାଭ ମିଶ୍ର, ଶରତ ପ୍ରଧାନ, ବସନ୍ତ ପ୍ରଧାନ, ରାଧା ରାଉତ, ଗୋପାଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୫/୧୨/୨୦୨୦---୪,୧୫