
ଡେଲାଙ୍ଗ ----- ଅଲ ଇଣ୍ଡିଆ କିଷାନ କ୍ଷେତମଜଦୁର ସଂଗଠନ ( ଏ. ଆଇ. କେ. କେ ,ଏସ. ଏସ) ଡେଲାଙ୍ଗ ପକ୍ଷରୁ ସଂପ୍ରତି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନରେ ଚାଷୀ ସଂହତି ଦିବସ ପାଳିତ ହୋଇଯାଇଛି । ସଂଗଠନ ପକ୍ଷରୁ ଡେଲାଙ୍ଗ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ଏ ଆଇ କେ କେ ଏମ ଏସର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ଯୋଗଦେଇ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଅତ୍ୟାବଶ୍ୟକସମାଗ୍ରୀ ସଂଶୋଧନଆଇନ, ଘରୋଇ ମଣ୍ଡି ଆଇନ ଓ ଚୁକ୍ତି ଚାଷ ଆଇନ ଗୁଡିକ କିଭଳି ଭାବେ ଚାଷୀ ସ୍ୱାର୍ଥ ବିରୋଧ ଆଇନ ପ୍ରଣୟନ କରାଯାଇଛି ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋକପାତ କରିଥିଲେ । ଦେଶରେ ଯଦି ଘରୋଇ ମଣ୍ଡି ଆଇନ ଦ୍ୱାରା ଦେଶର ବଡବଡ ପୁଂଜିପତି ବିଶେଷ କରି ଦେଶୀ ଓ ବିଦେଶୀ କର୍ପୋରେଟ ମାନେ କୃଷି ଜାତ ଦ୍ରବ୍ୟ ବିକ୍ରୀ ଖରିଦ କରିବା ପାଇଁ ଆଇନଗତ ଅଧିକାର ପ।।ଇବେ । ସେମାନେ ନିଜ ଇଛା ମୁତାବକ ଦର ନିର୍ଣ୍ଣୟ କରିବେ । ସରକାରଙ୍କ ମଣ୍ଡି ଗୁଡିକ ଆପେ ଆପେ ଅକାମୀ ହୋଇଯିବା ସହ ସବସିଡ ମଧ୍ୟ ବନ୍ଦ ହୋଇଯିବ । ବି. ଜେ.ପି ସରକାର କୃଷି କ୍ଷେତ୍ରକୁ ପର୍କୋରେଟ କରଣ କରିବା ପାଇଁ ଏହି ଆଇନ ଆଣିଛନ୍ତି ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଇ ଆଇନ ଗୁଡିକ ସମ୍ପୁର୍ଣ୍ଣ ଭାବେ ରଦ୍ଦ କରିବା ପର୍ଯ୍ୟନ୍ତ ଚାଷର ମୁଲିଆ ମାନେ ଆନ୍ଦୋଳନ ଯାରି ରଖିବା ପାଇଁ ଶ୍ରୀ ଦାସ ଆହ୍ୱନ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏ, ଆଇ, କେ, କେ, ଏମ, ଏସର ପୁରୀ ଜିଲ୍ଲା ସଭାପତି କମ୍ରେଡ ଗଙ୍ଗାଧର ପ୍ରଧାନ, ବ୍ଳକ ସମ୍ପାଦକ ବଟକୃଷ୍ଣ ସ୍ୱାଇଁ, ବ୍ଳକ ସଭାପତି ଦୀନବଂଧୁ ପରିଡାଙ୍କ ସହ ପଦ୍ମଚରଣ ଜେନା, ଗୋଲକ ବରାଳ, ପ୍ରଶାନ୍ତ ବେହେରା, ରାଜକିଶୋର ଆଳୁକ, ତ୍ରିନାଥ ପ୍ରଧାନ, ଟୁକୁନା ବେହେରା ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ବିଜେପି ସରକାର ଚାଷୀ ମାରଣ ନୀତି ପ୍ରଣୟନ ରଦ୍ଦ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ଆହ୍ୱନ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୦, ---୭,୫୦