Breaking News

ଭାଇରାଲ୍ ଭିଡ଼ିଓ ନିରାଶ୍ରୟ ବୃଦ୍ଧଙ୍କୁ ମିଳିଲା ପ୍ରଶାସନ ର ସହାୟତା


ବ୍ରହ୍ମପୁର---ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଦୀର୍ଘ ସମୟ ଧରି ରାସ୍ତାରେ ପଡ଼ି ରହିଥିଲେ ଏକ ୭୦ ବର୍ଷ ର ବୃଦ୍ଧା ।  ସେ ହାତରେ   ଗୋଟିଏ ବ୍ୟାଗ୍ ସହ କିଛି ଅଦରକାରୀ କାଗଜପତ୍ରକୁ ଯତନରେ ରଖି ଘୋଷାରୀ ହୋଇ ରାସ୍ତା ପାର ହେଉଥିଲେ । ଅନେକ ଲୋକ ଏହା ଦେଖି ମଧ୍ୟ ନ ଦେଖିଲା ଭଳି ଚାଲିଯାଉଥିଲେ । ହଠାତ୍ ଜଣେ ବ୍ୟକ୍ତି ନିଜ ମୋବାଇଲ୍‌ରେ ଏହି ନିରାଶ୍ରୟ ବୃଦ୍ଧଙ୍କ ଅବସ୍ଥାକୁ ଭିଡ଼ିଓ ରେକଡିଂ କରି ସୋସିଆଲ୍ ମିଡିଆରେ ଭାଇରଲ୍ କରିଥିଲେ । ଭାଇରଲ୍ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହି ଭିଡ଼ିଓ ଟି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟକୁ ଚାଲିଯାଇଥିଲା । ସେ ଭିଡିଓକୁ ଦେଖିବା କ୍ଷଣି ଘଟଣାକୁ ଗୁରୁତର ସହ ନେଇ ବୃଦ୍ଧଙ୍କୁ ତୁରନ୍ତ ଥଇଥାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଲେ । ଶ୍ରୀ ବେହେରା ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟପଟେ ବିଏମସି କର୍ମଚାରୀ ଏମ.ଅରୁଣ କୁମାର ମଧ୍ୟ ସେଠାରେ ପହଞ୍ଚିଥିଲେ । ପ୍ରଶାସନିକ ଅଧିକାରୀମାନେ ଏକ ରିକ୍ସା ଯୋଗେ ତାଙ୍କୁ ଗେଟବଜାର ପାୟଲ୍ ହଲ୍ ନିକଟ ଆଶ୍ରୟସ୍ଥଳୀକୁ ନେଇଥିଲେ । ସେଠାରେ ବୃଦ୍ଧଙ୍କୁ ଉପଯୁକ୍ତ ବ୍ୟବସ୍ଥାରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପସ୍ଥିତ ଅଧିକାରୀ । ଆଶ୍ରୟସ୍ଥଳୀରେ ଖାଦ୍ୟ ପାନୀୟର ବ୍ୟବସ୍ଥା ନଥିଲେ ମଧ୍ୟ ବୃଦ୍ଧ ଏହି ଆଶ୍ରୟସ୍ଥଳିରେ ରହିଥିବା ପର୍ଯ୍ୟନ୍ତ ତାଙ୍କର ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଶ୍ରୀ ବେହେରା କହିଛନ୍ତି । ବୃଦ୍ଧଙ୍କ ଠିକଣା ପଚାରିବା ବେଳେ ସେ ଯାହା କହିଥିଲେ ଅଧିକାରୀ ଆଚାର୍ଯ୍ୟ ହୋଇଯାଇଥିଲେ । ବୃଦ୍ଧ ଜଣକ ପୂର୍ବତନ ସରକାରୀ କର୍ମଚାରୀ । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ କିରାଣି ଥିଲେ । ବ୍ୟାଙ୍କ ଲୋନ୍ ରେ ତାଙ୍କ ଘର ନିଲାମ ହୋଇଥିବା କଥା ସେ କହିଥିଲେ । ତେବେ ସେ ତାଙ୍କ ଘରର ଠିକଣା କହିପାରୁ ନ ଥିବା ବେଳେ କିଛି ଦିନ ପୂର୍ବେ ବ୍ରହ୍ମପୁର ଆସିଥିବା କହିଛନ୍ତି ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ, ୨୧/୧୨/୨୦୨୦----୬,୧୫

Blog Archive

Popular Posts