କରୋନାରୁ ବଳି ପଡୁଛି ରୋଗପୋକର ଆତଙ୍କ , ଚାଷୀ ଏବେ ଆତଙ୍କିତ
ବରଗଡ଼--- ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଲୋକଙ୍କ ନିଦ ହଜିଯାଇଥିବାବେଳେ ରୋଗପୋକର ପ୍ରାଦୁର୍ଭାବରେ ଚାଷୀଙ୍କ ମେରୁ ହାଡ଼ ଭାଙ୍ଗିବାକୁ ବସିଲାଣି। କେତେବେଳେ ଦୈବୀ ଦୁର୍ବିପାକ ତ ଆଉ କେତେବେଳେ ନକଲି କୀଟନାଶକ ଯୋଗୁଁ ରୋଗ ପୋକର ଶିକାର ହୋଇ କୌଣସି ଥିରେ ଚାଷୀର ନିସ୍ତାର ନାହିଁ। ଯାହାକି ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲରମ୍ଭା ପଞ୍ଚାୟତ ଅମସ୍ତଲା ନିକଟସ୍ଥ ଟାଙ୍ଗରପଡାର ଚାଷୀ ଶଙ୍କର ସାହୁଙ୍କ ଠାରେ।ଯାହାକି ଧାର କରଜ କରି ୧୬ଏକର ଚାଷ କରିଥିଲେ।ସେଥି ମଧ୍ୟରୁ ୨ଏକରରେ ପନିପରିବା ତଥା ବାଦାମ,ଝୁଡ଼ଙ୍ଗ ଚାଷ କରିଥିବା ବେଳେ ବାକି ତକ ଧାନ ଚାଷ କରିଥିଲେ।ଯାହା ୩ଏକର ଧାନରେ ରୋଗପୋକ ଲାଗିବା ଆରମ୍ଭ ହୋଇଯାଇଛି । ସେହିପରି ପନିପରିବା ୨ଏକର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେଇଥିବା ଚାଷୀ କୁହନ୍ତି । ଚାଷୀଙ୍କ କହିବା ଅନୁଯାୟୀ ଆଠ ଦିନରେ ଥରେ ଲେଖାଏଁ ତିନିଥର ଓଜୋ ପାୱାର, ପ୍ରିନ୍ସ ହାର୍ବୀ ସାଇଡ଼, ଟାଟା ଫୁଜି ୱାନ ଓ ଟେନ ଜି କୀଟନାଶକ ଔଷଧ ଛିଞ୍ଚନ କରିବା ମାତ୍ରେ କୌଣସି ସୁଫଳ ମିଳିନାହିଁ।ଯାହାକି ୫୫ବର୍ଷ ମଧ୍ୟରେ ଏପରି ଦୁର୍ଦ୍ଦଶା ଦେଖିବାକୁ ମିଳିନଥିଲା ବୋଲି କହନ୍ତି । ଏବେ ସରକାରୀ ସ୍ତରରେ କୀଟନାଶକ ଔଷଧ ଦୋକାନୀ ମାନଙ୍କ ଉପରେ କୌଣସି ଆଖି ଦୃଶିଆ ପଦକ୍ଷେପ ନନେବାରୁ ଚାଷୀ ନକଲି ଔଷଧର ଶିକାର ହେବାସହ ରୋଗପୋକ ଦମନ ପରିବର୍ତ୍ତେ ପ୍ରାଦୁର୍ଭାବ ବଢି ସର୍ଵସ୍ୱାନ୍ତ ହେଉଥିବାର ଚାଷୀ ମହଲରେ ଚର୍ଚ୍ଚା ହେଉଛି। ଚାଷୀ ଶଙ୍କର ସମୁଦାୟ ଚାଷରେ ୨୫ହଜାର ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ କରିଥିଲେ ହେଁ କିପରି ଭାବେ କର ସୁଝି ନିଜ ପରିବାର ପୋଷଣ କରିବେ ସେ ନେଇ ଚିନ୍ତାରେ ଘାରି ହେଉଛନ୍ତି ଶଙ୍କର।ଏଣୁ ଜିଲ୍ଲା ପ୍ରଶାସନ ତଥା କୃଷି ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହେଉଛି।