ମାଛ ବଜାରରେ ଲୋକମନେ ମାନୁନାହାନ୍ତି ସରକାରଙ୍କ ନିୟମ_
ବରୀ- କରୋନାର ଭୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ଲୋକେ କିନ୍ତୁ ଆମିଷ ଦ୍ରବ୍ୟ କ୍ରୟ ପାଇଁ ଭୟଙ୍କର ଭିଡ ଲଗାଉ ଥିବା ଦେଖିବାକୁ ମିଳିଥିଲା ବରୀ ବଜାରରେ । ସରକାର ଙ୍କ ତରଫରୁ କରାଯାଇଥିବା ସାମାଜିକ ଦୂରତା ଲୋକମାନେ ମାନୁନାହାନ୍ତି । ତାହାର ଏକ ଜ୍ୱାଳନ୍ତ ଉଦାହରଣ ବରୀ ମାଛ ବଜାରରେ ଦେଖିବାକୁ ମିଳିଛି । ଲୋକମାନେ ମାଛ ମାଂସ ପାଇଁ ଯେଉଁ ଭଳିଭାବେ ଭିଡ଼ ଲଗାଉଛନ୍ତି ସତେ ଯେମିତି ସେମାନେ ବର୍ଷ ବର୍ଷ ଧରି ଆମିଷ ଖାଇ ନାହାନ୍ତି । ଏମାନଙ୍କୁ କରୋନାର ଭୟ ନଥିଲା ଭଳି ଦେଖା ଦେଇଛି । ସକାଳେ ବରୀ ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକମାନେ ମାଛ ନେବା ପାଇଁ ବଜାରରେ ପ୍ରବଳ ଭିଡ ଦେଖାଯାଇ ଥିଲା । ସମଦୁରତ୍ୱ ପାଇଁ ସରକାର ଙ୍କ ତରଫରୁ ଯେତେପ୍ରକାର ସେଚେତନତା କରାଉଥିଲେ ମଧ୍ୟ ଲୋକ ମାନେ ମନୁନଥିବା ଦେଖା ଯାଇଛି । ଏହାକୁ ନେଇ ବରୀର ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ବରୀ ରୁ ଦର୍ଶନ ବେହେରା