Breaking News

ରାସ୍ତା ଘାଟରେ ପାନ ଛେପ ଓ ମାସ୍କ ନପିନ୍ଧିବା ଅମାନିଆଙ୍କୁ କିଛି ଫରକ ପଡୁନି

ବେଗୁନିଆ― କରୋନା ପାଇଁ ଲକ ଡାଉନ ଜାରି ରହିଛି । ମାତ୍ର ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ସହ ରାସ୍ତାଘାଟରେ ପାନ ଛେପ ନ ପକାଇବା ପାଇଁ ରାଜ୍ୟ ସରକାର ଆଇନକୁ କାର‌୍ୟ୍ୟକାରୀ କରିଛନ୍ତି । ଏହି ନିୟମ ମାନିବାକୁ କିଛି ଅମାନିଆ ରାଜି ହେଉନାହାନ୍ତି ।  ଏହି ନିୟମକୁ ଯେଉଁମାନେ ଉଲ୍ଲଘଂନ କରିବେ ସେମାନଙ୍କୁ ଜରିମନାହେବ ବୋଲି ନିୟମ ରହିଛି ।ବେଗୁନିଆ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଛି ।ଅଧିକାଂଶ ଲୋକ ପାନ ଓ ଗୁଟଖା ଖାଇ ସର୍ବସାଧାରଣରେ ଛେପ ପକାଉଛନ୍ତି ।କରୋନା ମହାମାରୀ ରୋଗର ବାହକ ସଦୃଶ ଛେପ ଓ ଖଙ୍କାର ହିଁ ଚିନ୍ତାର କାରଣ ସାଜିଛି ।ଜଣେ ସଂକ୍ରମିତ ବ୍ୟକ୍ତିର ଛେପ ଓ ଖଙ୍କାର ସଂସ୍ପର୍ଶରେ ଆସିଲେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।କିନ୍ତୁ ଏଠାରେଲୋକମାନଙ୍କୁ ଯେତେ ସଚେତନ କଲେ ବି ରାସ୍ତା ଉପରେ ଛେପ ପକାଇବାରୁ ନିବୃତ ହେଉ ନାହାନ୍ତି ।ଯାହାଯୋଗୁଁ ଜନସାଧାରଣ ବିପଦରେ ପଡିବାର ଆଶଙ୍କା ରହିଛି ।ଏହି ଅମାନିଆ ବ୍ୟକ୍ତିମାନେ ମଧ୍ୟ ମାସ୍କ ବ୍ୟବହାର କରୁ ନଥିବାର ଦେଖିବାକୁ ମିଳୁଛି ।ଏମାନଙ୍କ ପ୍ରତି କଠୋର ପଦକ୍ଷେପ ନେବାପାଇଁ ସାଧାରଣରେ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts