Breaking News

କରୋନା ପାଇଁ ଅଟିକିବନି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା


ପୁରୀ------ ବିଶ୍ବ ମହାମାରୀ କରୋନା ଯୋଗୁଁ ଅଟକିବ ନାହିଁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ପରମ୍ପରା ମୁତାବକ ଚନ୍ଦନଯାତ୍ରା  ସମ୍ପନ୍ନ ହେବ। ତେବେ ଏଥର ଅନ୍ୟ ବର୍ଷ ଭଳି ଗହଳିକୁ ବାରଣ କରାଯିବ। ଯାତ୍ରା ବେଳେ ସାମାଜିକ ଦୂରତା ତଥା କଡ଼ା କଟକଣା ମଧ୍ୟରେ ଯାତ୍ର‌ା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ସହିତ ସଂପୃକ୍ତ ସେବାୟତ ମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଥିବା ଚନ୍ଦନଯାତ୍ରା କିଭଳି ଶୃଙ୍ଖଳିତ ହେବ ସେ ସଂପର୍କରେ  ବୈଠକରେ ଆଲୋଚନା କରାଯାଇଥିଲା। ଚନ୍ଦନ ଯାତ୍ରା ପୂର୍ବ ପରମ୍ପରା ମୁତାବକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ୨୧ ଦିନର ବାହାର ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସଅଳ ବାହାରି ବିଜେ କରିବେ। ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିଲା ‌ବେଳେ ସାବଧାନତା ଅବଲମ୍ବନ କରିବେ। ମହାପ୍ରଭୁ ନରେନ୍ଦ୍ରରେ ଚାପକୁ ବିଜେ କରିବେ। ତେବେ ଏଥର ଚାପ ଦେଖିବାକୁ ବାହାର ଭକ୍ତଙ୍କୁ ଅନୁମତି ମିଳିବ ନାହିଁ। ମହାପ୍ରଭୁ ଦିନରୁ ଦିନରୁ ଚାପ ଖେଳ ସାରି ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବିଜେ କରିବେ। ନୀତିର କୌଣସି ଖିଲାପ ହେବ ନାହିଁ। ସମସ୍ତ ନୀତିକାନ୍ତି ଯଥାରୀତି ଅନୁଷ୍ଠିତ ହେବ। ସେବକମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବେ। ତେବେ ଏଥର ଭକ୍ତ ବତ୍ସଳ ମହାପ୍ରଭୁ ବିନା ଭକ୍ତରେ ଚାପ ଖେଳିବେ। ନରେନ୍ଦ୍ର ପୁଷ୍କରିଣୀ କୋଳାହଳ ହେବ ନାହିଁ। ୨୧ ଦିନର ବାହାର ଚାପ ପରେ ୨୧ ଦିନ ଭିତର ଚାପ ମଧ୍ୟ ଅନୁଷ୍ଠିତ ହେବ।
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts