Breaking News

ବେଗୁନିଆରେ ଅଘୋଷିତ ବିଦ୍ୟୁତ କାଟ

ବେଗୁନିଆ―ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟୁତ କାଟ କରାଯାଇ ପାରିବ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ବେଗୁନିଆ ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ଅଞ୍ଚଳରେ ଅଘୋଷିତ ଭାବରେ ବିଦ୍ୟୁତ କାଟ କରାଯାଉଛି ବୋଲି  ଉପଭୋକ୍ତାମାନେ କହିଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସହ୍ୟ ଗୁଳୁଗୁଳି ଜନସାଧାରଣଙ୍କୁ ଅତିଷ୍ଠ କରୁଛି ।କିନ୍ତୁ ଏଠାରେ ପୂର୍ବରୁ କୌଣସି ସୂଚନା ନଦେଇ ବାରମ୍ବାର ଅଘୋଷିତ ଭାବରେ ବିଦ୍ୟୁତ କାଟ ସମସ୍ୟା ସୃଷ୍ଟି କରିଛି । ଲକ ଡାଉନ ଯୋଗୁ ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଘରେ ରହିଛନ୍ତି ।ଏହି ସମସ୍ୟା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଓ କର୍ମଚାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ବେଗୁନିଆ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଏଠାରେ ନରହି ଭୁବନେଶ୍ୱରରେ ରହୁଥିବାରୁ କେତେବେଳେ କଣ ଘଟୁଛି ତାହା ସେ ଜାଣି ପାରୁ ନାହାଁନ୍ତି ।ଫଳରେ ସଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts