Breaking News

ଠାକୁରଙ୍କ ନୀତିକାନ୍ତିରେ ଶେଷ ହେଲା ହରିଆବୁଡା ମେଳଣ


 ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ  ଠାକୁରଙ୍କ ନୀତିକାନ୍ତିରେ ହରିସହଦେବଙ୍କ ମେଳଣ ଶେଷ ହୋଇଯାଇଛି । ଗୋଟିଏ ପକ୍ଷେ କରୋନା ଭୁତାଣୁ ଅନ୍ୟ ପକ୍ଷେ ପ୍ରଶାସନ ଲାଗୁ କରିଥିବା ଲକ ଡାଉନ ଯୋଗୁ ମେଳଣ ପଡିଆକୁ କେହି ଲୋକମାନେ ଯାଇନଥିଲେ । କେବଳ ଯାଇଥିଲା ଠାକୁରଙ୍କ ବିମାନ । ମେଳଣର ଥାନା ପତି ପ୍ରଥମେ ମେଳଣ ପଡିଆରେ ଖୁଣ୍ଟ ଲାଗି ହେବା ପରେ ନିମନ୍ତ୍ରିତ ହୋଇ ଆସିଥିବା ଠାକୁରଙ୍କ ବିମାନ ଗୁଡିକ ମେଳଣ ପଡିଆରେ ଖୁଣ୍ଠି ଲାଗି ହୋଇଥିଲେ । ପ୍ରତିବର୍ଷ ଏଠାରେ ବିଭିନ୍ନ ଦେକାନ ବଜାର ସହିତ ମେଳଣ କମିଟି ପକ୍ଷରୁ ଯାତ୍ରା ଅନୁଷ୍ଠିତ ହୋଇଥାଏ ।  ରାତି ଯାକ ଗହଳି ଲାଗିଥାଏ । ମାତ୍ର ସରକାର ଲାଗୁ କରିଥିବା ଲକ ଡାଉନକୁ ମାନିବା ସହ କରୋନା ଭୁତାଣୁକୁ ଭୟ କରି ମେଳଣ ପଡିଆ ଶୁନଶାନ ହୋଇଥିଲା  । ଯେଉଁମାନେ ବି ଆସିଥିଲେ ସେମାନଙ୍କର ମାନସିକ ଭୋଗ କରିବା ସହ ସାମାଜିକ ଦୁରତା ରକ୍ଷା କରିଥିଲେ । ଅନ୍ୟ ପକ୍ଷେ ମେଳଣ କମିଟି ପକ୍ଷରୁ ଠାକୁରଙ୍କ ନୀତିକାନ୍ତି କରାଯିବା ପରେ ଠାକୁରଙ୍କ ବିମାନ ଗୁଡିକ ରାତିରେ ନିଜ ନିଜ ଗ୍ରାମକୁ ବା ମନ୍ଦିରକୁ ଫେରିଯାଇଥିବାର ଦେଖାଯାଇଥିଲା ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts