ଲକ ଡାଉନର ପ୍ରଭାବ ଉତ୍କଳ ଦିବସ ଫୁଲ ଓ ଦୀପରେ ଶେଷ
ସାକ୍ଷୀଗୋପାଳ---- କରୋନା ଯୋଗୁ ଉତ୍କଳ ଦିବସ ଫୁଲ ଓ ଦୀପରେ ଶେଷ ହୋଇଯାଇଛି । ରାଜ୍ୟ ସରକାର ଲାଗୁ କରିଥିବା ଲକ ଡାଉନ ଯୋଗୁ ଉତ୍କଳ ଦିବସରେ କରାଯାଉଥିବା ସଭା ସମିତି ବନ୍ଦ କରାଯାଇଛି । ମାତ୍ର ଏ ବର୍ଷ କେତକ ଅନୁଷ୍ଠାନ କେବଳ ଫୁଲ ଓ ଦୀପରେ ଉତ୍କଳ ଦିବସ ପାଳନ କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତ୍ିମୂତ୍ତି, ସତ୍ୟବାଦୀ ହାଇସ୍କୁଲ, ବକୁଳବନ ଓ ବସଷ୍ଟାଣ୍ଡ ନିକଟରେ ଥିବା ପଞ୍ଚସଖା ମଣ୍ଡପରେ ପ୍ରତିମୂତ୍ତି ଗୁଡିକ ସଫା ସୁତରା କରିବା ସହ ଫୁଲ ଓ ଦୀପ ଦେଇ ଥିଲେ । ସେହିପରି ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋରେ ଗୋପବନ୍ଧଚୁ ସ୍ମୃତି ପରିଷଦ ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ଦିପ ପ୍ରଦାନ କରାଯାଇଥିଲା । ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ଶିକ୍ଷକ ସତ୍ୟବାଦୀ ଦାଶ, ସୁଶାନ୍ତ କୁମାର ମିଶ୍ର, ଉମେଶ କୁମାର ପ୍ରଧାନ ଓ ବସନ୍ତ କୁମାର ସ୍ୱାଇଁ ସେହିପରି କ୍ଳବ ସତ୍ୟବାଦୀ ପକ୍ଷରୁ ତୁଷାର ରଞ୍ଜନ ନାୟକ, ତ୍ରିନାଥ ବାରିକ, ପ୍ରଭାତ କୁମାର ମିଶ୍ର, ଅମର ଶତପଥୀ , ପୂର୍ଣ୍ଣାନନ୍ଦ ତ୍ରିପାଠୀ, ମନସ୍ମିତା ବେହେରା, ଆଲୋକ ଖୁଣ୍ଟିିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି