ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପାଇଁ ନିବଦେନ
ସାକ୍ଷୀଗୋପାଳ--- ରାଜ୍ୟରେ କରୋନା ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ମଣିଷ ଠାରୁ ପଶୁ, ପକ୍ଷୀ ଜୀବ ଜନ୍ତୁ ସମସ୍ତେ ଏକ ରକମ ଲକ ଡାଉନରେ ଅଛନ୍ତି । ଏ ସମୟରେ ରାଜ୍ୟର ଆର୍ଥିକ ପରିସ୍ଥିତି ଭଲ ନାହିଁ । ଏହାକୁ ନଜର କରି ସତ୍ୟବାଦୀ ବ୍ଳକର ବିଜୁ ଜନତା ଦଳର ସଭାପତି ପ୍ରମୋଦ କୁମାର ରାଉତରାୟ କରୋନା ଲଢ଼େଇରେ ସାମିଲ ହେବା ପାଇଁ ଆହ୍ୱନ ଦେଇଛନ୍ତି । ଏପରିକି ବ୍ଳକର ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ, ସମିତିସଭ୍ୟସଭ୍ୟାଙ୍କ ସହିତ ସହୃଦୟ ବ୍ୟକ୍ତି ମାନେ ୨ ତାରିଖ ଠାରୁ ୫ ତାରିଖ ମଧ୍ୟରେ ବ୍ଳକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ପରିସରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି