ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଟ୍ୱିଟର ମାଧ୍ୟମରେ ଶୁଭେଚ୍ଛା
ପୁରୀ- ବିଶ୍ବ ମହାମାରୀ କରୋନା କୁ ପ୍ରତିହତ କରିବା ପାଇଁ ପ୍ରମୁଖ ଯୋଦ୍ଧା ପାଲଟି ଥିବା ଡ଼କ୍ଟର, ନର୍ସ , ପୋଲିସ କର୍ମଚାରୀ , ସଫେଇ କର୍ମଚାରୀ ଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ମଧ୍ୟ ଜଡିତ ଅଛନ୍ତି। ଏମାନଙ୍କୁ ଏହି ସମୟ ରେ ଦେଶ ବାସୀ ସନମାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ବାସୀ ଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ବାର୍ତ୍ତା କୁ ସ୍ୟାଣ୍ଡ ଆଣିମେଶନ ଆଙ୍କି ଲୋକ ଙ୍କ ନିକଟରେ ପହଞ୍ଚାଇବା ଉଦ୍ୟମ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଭଳି ନିଆରା ଢଂଗ ରେ ଲୋକ ଙ୍କୁ ସଚେତନ ବାର୍ତ୍ତା ପହଞ୍ଚାଇ ଥିବାରୁ ସୁଦର୍ଶନ ପଟ୍ଟନାୟକ ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଟ୍ୱିଟର ଏକାଉଣ୍ଟ ରୁ ଶୁଭେଚ୍ଛା ସହ ପ୍ରଶଂସା କରିଛନ୍ତି। ଏଥି ସହ ଏହି କାର୍ଯ୍ୟ ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗଜେନ୍ଦ୍ର ସିଂ ସେଖା ବତ ମଧ୍ୟ ସୁଦର୍ଶନ ଙ୍କୁ ଧନ୍ୟବାଦ ଦେଇଛନ୍ତି।
ପୁରୀ ରୁ ଜୟନ୍ତ କୁମାର ସେଠୀ