ଜନକଲ୍ୟାଣ ସମାଜ ପକ୍ଷରୁ ଗରିବ ଅସହାୟଙ୍କୁ ରିଲିଫ ବଣ୍ଟନ
ବରଗଡ଼--- ବିଶ୍ୱବାସୀଙ୍କୁ ଏବେ କରୋନା ତାର ଭୟଙ୍କର ରୁପ ଦେଖାଇ ଲୋକଙ୍କ ନିଦ ହଜାଇ ଦେଇଛି।ମହାମାରୀ ରୁ ବର୍ତ୍ତିବା ପାଇଁ ଏକମାତ୍ର ସତର୍କତା ଓ ସଚେତନତା ସହ ସାମାଜିକ ଦୂରତାକୁ ବଜାୟ ରଖିବା ନିହାତି ଆବଶ୍ୟକ ରହିଛି । ସରକାର କଡାକଡି କରି ଲକ ଡାଉନ ବ୍ୟବସ୍ଥା କରିଛନ୍ତି। ଯଦ୍ୱାରା ଏଥିରେ ଦିନ ମଜୁରିଆ ତଥା ଖଟିଖିଆ ଗରିବ ଅସହାୟ ପରିବାର ଏବେ ବେଶ ପ୍ରଭାବିତ।ଏପରି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଅଞ୍ଚଳରେ ବିଭିନ୍ନ ସଂଘ,ଅନୁଷ୍ଠାନ ତଥା ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ଗରିବ ଅସହାୟ ପରିବାର ମାନଙ୍କ ପାଇଁ ସହଯୋଗର ହାତ ବଡାଇଛନ୍ତି । ବରଗଡ଼ଜିଲ୍ଲା ଅତାବିରା ଲାଦେର ପାଲି ସ୍ଥିତ ରାମଚଣ୍ଡୀ ଜନକଲ୍ୟାଣ କୂଳତା ସମାଜ ପକ୍ଷରୁ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମାଁଙ୍କ ପୂଜାର୍ଚ୍ଚନା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡିକୁ ସମର୍ଥନ କରି ସରକାରୀ ସୁବିଧାରୁ ବଞ୍ଚିତ ଥିବା ଅସହାୟ,ଦିନ ମଜୁରିଆ ମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।ଏଥିରେ ସମାଜର ସମସ୍ତ ସଦସ୍ୟ ମାନଙ୍କ ଶ୍ରମ ଓ ଅର୍ଥର ସହଯୋଗରେ ଆଜି ଅତାବିରା ଏନଏସି ର ୩୦ଟି ଅସହାୟ ପରିବାର ଙ୍କୁ ରିଲିଫ ତଥା ରାସନ ସାମଗ୍ରୀ ବଣ୍ଟନ କରିବା ସହ ଆଗାମୀ ଅତାବିରାବ୍ଲକ ସ୍ଥିତ ପଞ୍ଚାୟତର ଗାଁ ଗଣ୍ଡାକୁ ଯାଇ ଗରିବ ଅସହାୟଙ୍କୁ ଠାବ କରିବା ସହ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନିଜ ସାମର୍ଥ୍ୟ ମୁତାବକ ସ୍ଥାନୀୟ ପ୍ରଶାସନଙ୍କ ଜରିଆରେ ପଠାଇବାର ନିଷ୍ପତ୍ତି ନେଇଥିବାର ସମାଜ ପକ୍ଷରୁ ସୂଚନା ମିଳିଛି।ଅସହାୟଙ୍କୁ ଦେଉଥିବା ରାସନ ସାମଗ୍ରୀ ମଧ୍ୟରେ ନିତ୍ୟ ନୈମିତିକ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ଚାଉଳ,ଡାଲି, ଗୁଡ଼,ଚଣା,ବିସ୍କୁଟ,ଲଙ୍କା,ମସଲା ପ୍ରଭୃତି ସସମୁଦାୟ ୧୦କେଜି ପର୍ଯ୍ୟନ୍ତ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ସମାଜ ପକ୍ଷରୁ ଜଣାପଡେ।