Breaking News

ଓଡ଼ଗାଁ ବିଡ଼ିଓଙ୍କୁ ଅଶ୍ଳୀଳ ବାର୍ତ୍ତା ପଠେଇ ଗ୍ରାମ ରୋଜଗାର ସେବକ ଗିରଫ

 
 ଓଡ଼ଗାଁ / ସରଣକୁଳ---କରୋନା ରୂପକ ମହାମାରୀ ସମୟରେ ସମଗ୍ର ରାଜ୍ୟ ତଥା ଜିଲ୍ଲା ପ୍ରଶାସନ କାର୍ଯ୍ୟତତ୍ପର ଥିବା ବେଳେ ଜଣେ ଗ୍ରାମ ରୋଜଗାର ସେବକ ଓଡ଼ଗାଁ ମହିଳା ବିଡ଼ିଓ ସ୍ୱାତିଲେଖା ଦାସଙ୍କୁ ଅଶ୍ଳୀଳବିଡ଼ିଓ ବାର୍ତ୍ତା whatsaap ମାଧ୍ୟମରେ ପ୍ରେରଣ କରି ଗିରଫ ହେଇଛନ୍ତି ।ସୂଚନା ଅନୁଯାୟୀ ଅଭିଯୁକ୍ତ ଗ୍ରାମ ରୋଜଗାର ସେବକ ଜଣକ ଶରଣକୁଳ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ।ତାଙ୍କ ନାଁ ଦିବାକର ମିଶ୍ର ।ଗତକାଲି ଓଡ଼ଗାଁ ବିଡ଼ିଓ ସ୍ୱାତିଲେଖା ଦାସଙ୍କୁ ଅଶ୍ଳୀଳ ବାର୍ତ୍ତା ପ୍ରେରଣ କରିଥିଲେ।ଏ ନେଇ ଶରଣକୁଳ ଥାନାରେ ବିଡ଼ିଓ ମହାଶୟା ଲିଖିତ ଅଭିଯୋଗ କରିବା ପରେ ଶରଣକୁଳ ପୋଲିସ ୪୩/୨୦ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତ ଗ୍ରାମ ରୋଜଗାର ସେବକଙ୍କୁ ଗିରଫ କରିଅଛି।ଅଭିଯୁକ୍ତଙ୍କର ଗ୍ରାମ ଶରଣକୁଳ ଥାନା ଅନ୍ତର୍ଗତ ପଦ୍ମଦେଇପୁର ବୋଲି ଜଣାପଡିଛି। 
ସରଣକୁଳ ରୁ  ମାନସ କୁମାର ସାହୁ ଓ ଓଡ଼ଗାଁ ରୁ ଅର୍ଜୁନ ସାହୁ

Blog Archive

Popular Posts