ଗ୍ୟାରେଜ ଗୃହରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର
ବଳଙ୍ଗା ---- ବଳଙ୍ଗା ଥାନା ଅଞ୍ଚଳର ଏକ ଗ୍ୟାରେଜ ଗୃହରୁ ଜଣେ ଯୁବକ ର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏହି ଗ୍ୟାରେଜ ରେ ପିପିଲି ଥାନା ଅଧୀନସ୍ଥ ନୁଆଶାସନ ପଞ୍ଚାୟତ ଚଉଦମାଣ ଗ୍ରାମର କୈଳାସ ଚନ୍ଦ୍ର ସାହୁ ଙ୍କ ପୁତ୍ର ଚନ୍ଦନ କୁମାର ସାହୁ (୧୯)ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ଶନିବାର ରାତ୍ରରେ ଚନ୍ଦନ ଗ୍ୟାରେଜ ଗୃହରେ ଭିତରୁ ଦୁଆର ବନ୍ଦ କରି ଶୋଇଥିଲେ। ସକାଳୁ ଆସି ଗ୍ୟାରେଜ ମାଲିକ ଡାକିବା ରେ କୈାଣସି ଉତ୍ତର ନମିଳିବାରେ ସନ୍ଦେହ ବଳ ଜାତ ହୋଇଥିଲା। ଥାନା କୁ ଅବଗତ କରାଇବା ପରେ ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ, ଏବଂ ନିମାପଡ଼ା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚବା ପରେ ଦେକାନ ଗୃହର କବାଟ ଭଙ୍ଗା ଯାଇଥିଲା। ଏବଂ ଝୁଲନ୍ତା ମୃତ ଶରୀରକୁ ତଳକୁ ଅଣା ଯାଇଥିଲା। ସମସ୍ତ ପ୍ରକାର ତଦନ୍ତ ପରେ ଏକ ମାମଲା ରୁଜ୍ଜୁ କରାଯାଇ ବ୍ୟବଛେଦ ନିମନ୍ତେ ପୁରୀ ପଠାଯାଇଥିବା ଜଣାପଡିଛି। ସଂପୃକ୍ତ ଯୁବକ ଅଧିକାଂଶ ସମୟ ମୋବାଇଲ ରେ ଖେଳୁଥିବା ଜଣାପଡିଛି। ପୋଲିସ ଦ୍ବାରା ସବିଶେଷ ତଦନ୍ତ ପରେ ଆତ୍ମହତ୍ୟା ର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି