Breaking News

ବରକେରା ଗ୍ରାମ୍ୟ କମିଟି ୬ହଜାର୪ ଶହଟଙ୍କା ପ୍ରଧାନମନ୍ତ୍ରୀ ପାଣ୍ଠିକୁ ପଠାଇଲେ


 ଡେଲାଙ୍ଗ  ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମବାସୀ  ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଗ୍ରାମ୍ୟବାସୀଙ୍କ ପକ୍ଷରୁ ୬ହଜାର ୪ଶହ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଏହା ଆଗରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ।  ବରକେରା ଇତିହାସ ପୃଷ୍ଠାରେ ଗୋଟିଏ ଗୋଟିଏ ପୁଷ୍ଠା ଲିପିବଦ୍ଧ ହୋଇ ଯାଉଛି । ଏହି ପୁଷ୍ଠା ଯୋଡିବାର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଗ୍ରାମର ସାମାଜିକ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ । ଗ୍ରାମର ସମସ୍ତ ଉନ୍ନୟନ ଭୂମୀକା ପଛରେ ନିଶ୍ଚୟ ଭାବେ ଏହି ଶିକ୍ଷକ ଜଣଙ୍କର ହାତ ଥିବା ୠ୍ରାମ୍ୟ ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ମାହୁନ୍ତ, ସମ୍ପାଦକ ବିମ୍ବାଧର ପ୍ରଧାନ ଓ ଅନ୍ୟ ସଦସ୍ୟ ମାନେ ବୈଠକରେ ନିସ୍ପତି ଗ୍ରହଣ କରାଯିବା ପରେ ଆଜି ଗ୍ରାମଞ ପରିଚାଳନା କମିଟି ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୁଚନା ମିଳିଛି । ଏହି କାର୍ଯ୍ୟ ପାଇଁ ଗ୍ରାମର ଅଧିକାଶଂ ଯୁବକ ମାନେ ଖୁସି ଥିବାର ଜଣାପଡିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts