ଗ୍ୟାସ ସିଲିଣ୍ଡର ଫାଟି ତିନି ପରିବାରଙ୍କ ଛଅ ବଖରା ଜଳିଲା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢରା ଗ୍ରାମ ପଞ୍ଚାୟତର ସାମନ୍ତରାପୁର ଗ୍ରାମର ଦୀନବନ୍ଧୁ ସାହୁ ଙ୍କ ଜଳଖିଆ ତିଆରି କରିବା ସମୟରେ ଭାରତ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଯାହା ଫଳରେ କି ଦୀନବନ୍ଧୁ ଙ୍କର ଦୁଇ ବଖରା ଘର ନଗେନ କୁମାର ସାହୁ ଦୁଇ ବଖରା ଓ ଗନ୍ଧର୍ବ ସାହୁ ଙ୍କର ଦୁଇ ବଖରା ଘର ପୋଡିଯାଇଛି । ଏହି ଅଗ୍ନିକାଣ୍ଡରେ ତିନି ପରିବାରଙ୍କ ର ପାଞ୍ଚ ଲକ୍ଷ ଟଙ୍କା ର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିବିପନ୍ନ ପରିବାରଙ୍କୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ୍ତ କୁମାର ନାୟକ ଶୁଖିଲା ଖାଦ୍ୟ ଓ ପଲିଥିନ ପ୍ରଦାନ କରିଛନ୍ତି । ସତ୍ୟବାଦୀ ଅତିରିକ୍ତ ତହସିଲଦାର ମୈସୁମୀ ମିଶ୍ର ଓ ଏଆରଆଇ ନିକୁଞ୍ଜ ବିହାରୀ ଦାସ ଘଟଣା ସ୍ଥଳରେ ପହଞ୍ଚି ପୋଡି ଯାଇଥିବା ସମ୍ପତ୍ତି ର ପ୍ରାଥମିକ ଆକଳନ କରି ଫେରିଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ପୂର୍ଣାନନ୍ଦ ତ୍ରିପାଠୀ