Breaking News

ସଚେତନତା ଅଭାବରୁ ଲୋକେ ଲକଡାଉନକୁ ମାନୁନାହାନ୍ତି


କୋଣାର୍କ---- କରୋନା ଭୂତାଣୁ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ମାନବ ସଭ୍ୟତା ପ୍ରତି ଦେଖା ଦେଇଛି ବିପଦ । ସେହିପରି ଓଡିଶାରେ ୪ଜଣ ଆକ୍ରାନ୍ତ ହୋଇଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟାବଧି ମଧ୍ୟରେ ଏକ ମିଟର ସାମାଜିକ ଦୂରତା ରଖା କରିବା, ୭ରୁ ଅଧିକ ଲୋକ ଏକାଠି ନ ହେବା, ଅତ୍ୟାବ୍ୟଶକିୟ ସାମଗ୍ରୀ ଦୋକାନ ବ୍ୟତିତ ଅନ୍ୟ ସବୁ ଦୋକନା ବନ୍ଦ ରଖିବା ଏବଂ ଯାନବାହାନ ଚଳାଚଳକୁ ବନ୍ଦ ରଖିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାତ ଯୋଡି ନିବେଦନ କରିଛନ୍ତି । ଏବେ ଲକଡାଉନର କଟକଣାକୁ ନ ମାନି  କେତେକ ଅଭ୍ୟାସଗତ ଅସଚେତନ ବ୍ୟକ୍ତି ସାମାଜିକ ଦୂରାତାକୁ ନମାନି ଘରେ ନରହି ବାହାରେ ଅବାଧରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏଠାରେ ବିଭିନ୍ନ ଦୋକାନର ବ୍ୟବସାୟୀମାନେ ଆଗରେ ତାଲା ପଖାଇ ଫଛ ଓ ସାଇଟି ଡୋର ଖୋଲି ବ୍ୟବସାୟ କରୁଛନ୍ତି । କୋଣାର୍କ ଏନଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସେମନେ ସଚେତନ ହେଉନଥିବା ନଜରକୁ ଆସୁଛି । କୋଣାର୍କ ପୋଲିସର ପାଟ୍ରୋଲିଂ ସମୟରେ ଲୋକେ ଲୁଚି ଯାଉଥିବା ବେଳେ ସେମାନେ ଗଲାପରେ ପୁଣି ବାହାରି ଆସି ଅବାଧରେ ବିଚରଣ କରୁଛନ୍ତି । ସଚେତନ ନହେଲେ କରୋନ ସଂକ୍ରମଣକୁ ରୋକିବା କଷ୍ଟକର ହୋଇ ପଡିବ ବୋଲି ବୁଦ୍ଧିଜୀବି ମାନେ କହନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts