Breaking News

କରୋନା ପାଇଁ ସବୁ ବନ୍ଦ ଜନତା କର୍ଫ୍ୟୁରେ ସମସ୍ତେ ସାମିଲ

କୋଣାର୍କ--- କରୋନା ଭୂତାଣୁ କୋଭିଡ୍‌-୧୯ ସଂକ୍ରମଣରେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟିବା ପରେ ଏବେ ଏବେ ସମଗ୍ର ବିଶ୍ୱରେ ଏହି ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ଏଥିରୁ ବାଦ ପଡିନି ଭାରତ । କରୋନା ଭୂତାଣୁ କୋଭିଡ୍‌-୧୯ ଯେପରି ଅଧିକ ଲୋକଙ୍କୁ ସଂକ୍ରମିତ ନ ହୋଇପାରିବ  ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷପ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁକୁ ଆଜି ସମଗ୍ର ଦେଶ ବାସୀ ଅହେତୁକ ସମର୍ଥନ ଦେଇଛନ୍ତି ।   ଡାକ୍ତର ଖାନା, ମେଡିସିନ ଷ୍ଟୋର, ଗ୍ରୋସରୀ ଦୋକାନ, ପନୀପରିବା, ମାଂସ, କ୍ଷୀର, ପାଉରୁଟି ସମେତ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଦୋକାନ ବ୍ୟତିତ ଅନ୍ୟ ସବୁ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।  ବ୍ୟବସାୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ହଜାର ହଜାର ଲୋକେ ଏବେ ଜୀବିକା ହରାଇ ଥିଲେ ମଧ୍ୟ ଦେଶ ଓ ରାଜ୍ୟର ଏହି ବିପତ୍ତି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଧେଶନାମାକୁ ସମସ୍ତେ ସ୍ୱାଗତ କରିଛନ୍ତି । ଏହି ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ହେଲେ  ସାବୁନୁରେ ବାରମ୍ବାର ଭଲଭାବେ ହାତ ଧୁଅନ୍ତୁ, କାଶ, ଛିଙ୍କ ସମୟରେ ମୁହଁକୁ କହୁଣି ବା ରୁମାଲ/ଟିସୁ ପେପର ଦ୍ୱାରା ଘୋଡାଇ ରଖନ୍ତୁ, ଜ୍ୱାର, କାଶ କିମ୍ବା ସର୍ଦ୍ଦି ହୋଇଥିଲେ ଘରେ ଅଲଗା ରୁହନ୍ତୁ, ସାମାଜିକ ଜନସମାଗମରେ ଯୋଗଦିଅନ୍ତୁ ନାହିଁ, ଆଖି, ନାକ, ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ, ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ । ଏହି ସବୁ ଉପାୟକୁ ସଠିକ ଅବଲମ୍ବନ କରିବା ପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।  ଏଠି ଜନ ସଚେତନତା ହିଁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବାର ଏକମାତ୍ର ଚାବିକାଠି ବୋଲି ଚିକିତ୍ସକ ମାମେ ମତ ଦେଇଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ





Blog Archive

Popular Posts