Breaking News

କେନାଲରେ ଭାସୁଛି ଶହ ଶହ ମଲା କୁକୁଡା-


ଡେଲାଙ୍ଗ----ଡେଲାଙ୍ଗ ଶାଖା ଅରିସଲ ଅଳଉତା କେନାଲରେ ଶହ ଶହ ମଲା କୁକୁଡା ଭାସିବା ନେଇ ସ୍ଥାନିୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି 
।  କୋରନା ଭାଇରସ ଅଞ୍ଚଳରେ ସଂକ୍ରମିତ ନହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅଞ୍ଚ ଳକୁ ଲକ୍ ଡାଉନ ଘୋଷଣା କରାଯାଇଛି । କେନାଲରେ ଶହ ଶହ ମଲା କୁକୁଡା ଭାସିବା  ଭୟଙ୍କର ବାତାବରଣ ସୃଷ୍ଟି ହୋଇଛି । ଡେଲାଙ୍ଗ ମାଇନର କେନାଲ ସଲଗ୍ନ  ପୁରୁଣା ଡେଲାଙ୍ଗ ,ଗୁଣ୍ଡିଚିପାଟଣା,ମହନପୁର ,ଗଞ୍ଜେଇ ଗୋରଡି,ରାମଚନ୍ଦ୍ରପୁର,ବଙ୍କିଲୋ,ଅମାଳଙ୍ଗ ଆଦି ଗ୍ରାମ ଗୁଡିକର ଲୋକମାନେ  ଭୟଭୀତ ହୋଇ ପଡିଛନ୍ତି ।  ସଂକ୍ରମିତ ଭୟରେ ଗ୍ରାମ ମଧ୍ୟରେ ଚାପା ଉତେଜନା ଦେଖିବାକୁ ମିଳିଛି । କେନାଲ ମଧ୍ୟରେ ମଲା କୁକୁଡା ଭସାଇ ଅଞ୍ଚଳ ମାନଙ୍କରେ ରୋଗ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ପାଇଁ ସାଧରଣରେ ଦାବୀ କରିଛନ୍ତି । ଡେଲାଙ୍ଗ ପ୍ରାଣି ଚିକିତ୍ସା ଅଧିକାରୀ ଙ୍କୁ ସ୍ଥାନୀୟ ଲୋକମାନେ ଫୋନ ଯୋଗେ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଉଠାଉଥିବା ଜଣାପଡିଛି । ବ୍ଲକ ପ୍ରଶାସନ ତୁରନ୍ତ ଏଥି ପ୍ରତି ନଜର ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।
 ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts