କରୋନା କୋଭିଡି-୧୯ ପାଇଁ କୋଣାର୍କରେ ପ୍ରଶାସନ ପକ୍ଷରୁ କଟକଣା
କୋଣାର୍କ---- ଗତ ୨୦୧୯ ମସିହା ଡିସେମ୍ବର ମାସରେ ଚୀନ୍ରୁ ସୃଷ୍ଟି ହୋଇଥିବା ମହାମାରୀ କୋରନା ଭୁତାରୁ ସଂକ୍ରମଣରେ ସମଗ୍ର ବିଶ୍ୱର ୧୯୮ଟି ଦେଶରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ଲକ୍ଷାଧିକ ଆକ୍ରାନ୍ତ ହୋଇଛିନ୍ତି । କରୋନା ସଂକ୍ରମଣରେ ଓଡିଶାରେ କାହାରି ମୃତ୍ୟୁ ହୋଇ ନଥିବା ବେଳେ ୩ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ମହାମାରି କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଭାରତ ଭଳି ଏକ ଜନବହୁଳ ଦେଶରେ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଏହି ଲକ ଡାଉନର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । କୋଣାର୍କ ନିକଟସ୍ଥ ବିଭିନ୍ନ ଗ୍ରାମର ପ୍ରବେଶ ପଥକୁ ଗ୍ରାମବାସୀମାନେ ବାଉଁଶ ଓ ରଶି ବାନ୍ଧି ସିଲ କରିବା ସହ କୌଣସି ବାହାର ଲୋକଙ୍କୁ ଗ୍ରାମ ମଧ୍ୟକୁ ପ୍ରବେଶ କରାଇ ଦେଉ ନାହାନ୍ତି । ଲକଡାଉନ ପ୍ରଭାବରେ ବଜାରରେ କେବଳ େଔଷଧ ଦୋକାନ, ଗ୍ରେସରି, ଫଳ, ଖିର, ପନି ପରିବା, ପେଟ୍ରୋଲ ପମ୍ପ, ମାଛ ଓ ମାଂସ ଦୋକାନକୁ ଛାଡିଦେଲେ ଅନ୍ୟ ସବୁ ବ୍ୟବସାୟ ପ୍ରତିଷ୍ଟାନ ବନ୍ଦ ରହିଛି । ଲୋକେ ଅତ୍ୟାବଶକୀୟ ସାମଗ୍ରୀ କିଣିବା ପାଇଁ ଦେକାନରେ ଭିଡ ଜମାଉଥିବା ବେଳେ ଅସଚେତନ ବ୍ୟକ୍ତିମାନେ ବାଇକ ଧରି ପଇନ୍ତରା ମାରୁଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତା ରକ୍ଷା କରିବାର ନିୟମକୁ ଲୋକେ ଓ ବ୍ୟବସାୟୀମାନେ ମାନୁ ନାହାନ୍ତି । ୨୧ଦିନର ଲକ ଡାଉନକୁ ଦୃଷ୍ଟିରେ ରଖି ଲୋକେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ କିଣୁଥିବାରୁ ବ୍ୟବସାୟୀମାନେ ଚଡାଦରରେ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି । ଇତି ମଧ୍ୟରେ ଅନେକ ଦୋକାନରେ ସାମଗ୍ରୀର କୁତିମ ଅଭାବ ଦେଖା ଦେଲାଣି । କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାତ ଯୋଡି ନିବେଦନ କରିଛନ୍ତି ଘରେ ରହିବା ପାଇଁ । ସଚେତନ ହୁଅନ୍ତୁ ଏ ମହାମାରିରୁ କରୋନା ସଂକ୍ରମଣରୁ ମାନବ ସଭ୍ୟତାକୁ ରକ୍ଷା କରନ୍ତୁ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ