Breaking News

ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜୁଣେଇଁ ହାଟ ମେଳଣ ପଡିଆକୁ ସ୍ଥାନାନ୍ତରିତ

କୋଣାର୍କ---- କୋଣାର୍କ ଏନଏସି ଅନ୍ତର୍ଗତ ୧ମ୍ବର ୱାର୍ଡରେ ଥିବା ସର୍ବପୁରାତନ ଜୁଣେଇଁ ହାଟ ଲକଡାଉନ ଘୋଷଣା ପରେ ରବିବାର ହାଟ ବସିଥିଲା ।  ନିକଟସ୍ଥ ଚାଷୀ ସେମାନଙ୍କ ପନୀପାରିବାକୁ ଏହି ହାଟରେ ବିକ୍ରୟ କରିଥାନ୍ତି ।  ଏହି ହାଟଟି ଯେଉଁ ନିର୍ଦ୍ଧାରିତ ସ୍ଥାନରେ ଅନୁଷ୍ଟିତ ହେଉଥିଲା ସେଠାରେ ସାମାଜିକ ଦୁରତା ରକ୍ଷା କରିବା ସମ୍ବବପର ନୁହେଁ  ବୋଲି ପ୍ରଶାସନ ଅନୁଭବ କରି ଏନଏସି ପ୍ରଶାସନ ଓ ପୋଲିସ ପକ୍ଷରୁ  ନିକଟସ୍ଥ  ମେଳନ ପଡିଆକୁ  ସ୍ଥାନାନ୍ତର କରାଯାଇଛି । ୧୦ଫୁଟ ଦୂରତାର ବ୍ୟବଧାନରେ ବ୍ୟବସାୟୀମାନେ ବସି ବ୍ୟବସାୟ କରିବା ପାଇଁ ଅନୁମତି ଦିଆଯାଇଛି । ପୁରୀ ଜିଲ୍ଲାପାଳବଳବନ୍ତ ସିଂଙ୍କ ନିର୍ଦ୍ଧେଶ କ୍ରମେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ ଓ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ତତ୍ୱବଧାନରେ  ସାମାଜିକ ଦୂରତାକୁ ବଜାୟ ରଖାଯାଇଛି ।  ହାଟକୁ ଆସିଥିବା ଲୋକେ କିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ସେଥି ପାଇଁ ସୁବନ୍ଦୋବସ୍ତ କରିଥିଲେ ।  ଏଣିକି ଲକଡାଉନ ନିର୍ଦ୍ଧେଶନାମକୁ ଅବମାନନା କଲେ ଉଲଙ୍ଘନକାରିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି କୋଣାର୍କ ଥାନାଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts