Breaking News

ସତ୍ୟବାଦୀ ବ୍ଳକ ପ୍ରଶାସନ ୭୬୭ଜଣଙ୍କୁ ରନ୍ଦା ଖାଦ୍ୟ ବାଣ୍ଟିଲା

ସାକ୍ଷୀଗୋପାଳ -----  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ  ପକ୍ଷରୁ  ଦୁତୀୟ ଦିନରେ ୧୩ଟି ଗ୍ରାମ ପଞ୍ଚାୟତରେ ୭୬୭ ଜଣଙ୍କୁ ରନ୍ଦା ଖାଦ୍ୟ ପ୍ରଦାନ କରାଯାଇଛି ବୋଲି ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ । । କରୋନା ଯୋଗୁ ଅସହାୟ, ଦିନ ମଜୁରିଆ, ଖଟିଖିଆ, ବାହାର ରାଜ୍ୟରୁ ଆସିିକି ରହିଥିବା ଲୋକମାନଙ୍କୁ ତୁରନ୍ତ ରନ୍ଦା ଖାଦ୍ୟ ଯୋଗାଇ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଉକ୍ତ ଗ୍ରାମ ପଞ୍ଚାୟତ ଗୁଡିକ ହେଲା ପେଣ୍ଠପଡା, ଦୁଗଲ, କେତକୀ ପାଟଣା ,ଜୟପୁର ,  ମଧୁବନ, ଶ୍ରୀରାମଚନ୍ଦ୍ରପୁର, କାଦୁଆ, ବଳରାମପୁରଗଡ, ପରଜାପଡା, ରାୟଖଣ୍ଡୀ, ବଳପୁର, ମୂଳଅଳସା ଆଦି ଗ୍ରାମ ପଞ୍ଚାୟତ ଗୁଡିକରେ ରନ୍ଦାଖାଦ୍ୟ ବଣ୍ଟନ ହୋଇଛି ବୋଲି   ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ସୁଚନା ମିଳିଛି   ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts