ସାକ୍ଷୀଗୋପାଳ ---- କରୋନା ଭୁତାଣୁ ଏବେ ବିଶ୍ୱରେ ତାର କାୟା ବିସ୍ତାର କରି ଚାଲିଛି । ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ବଳବନ୍ତି ସିଂଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତବିଚିଂ ପାଉଡର ପାଣି କରି ରାସ୍ତା ଘାଟ ବିଶୋଧନ କରିବା ଆରମ୍ଭ କରିଛନ୍ତି । ଶୁକ୍ରବାର ସଂଧ୍ୟାରେ ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ବିଂଚି ପାଣିରେ ବିଷୋଧନ କରାଯାଇଥିଲା । ଶନିବାର ଲକ୍ ଡାଉନର ସମୟ ଅତିବାହିତ ହେବା ପରେ ଅର୍ଥାତ ଅପରାହ୍ନ୪ଟା ପରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଗେଟ ବଜାର ପର୍ଯ୍ୟନ୍ତ ରାସ୍ତା ଓ ରାସ୍ତା କରରେ ଥିବା ସମସ୍ତ ଦେକାନ ଆଗ ସହିତ ଚତୁପାଶ୍ୱର୍ ପାଣି ଚିଞ୍ଚନ କରାଯାଇଛି । । ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ତତ୍ୱବଧାନରେ ଏକ ଟିମ ରହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର ଓ ତାଙ୍କ ସହିତ ଏକ ସ୍ୱେଚ୍ଛାସେବୀ ଟିମ ତଦାରଖ କରୁଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି