Breaking News

ଚିକେନ୍ କାଉଣ୍ଟରରୁ ମଦ ଜବତ, ଷ୍ଟୁଡିଓ ମାଲିକ ଓ ଜଳଖିଆ ଦୋକାନୀ ଗିରଫ


 ପିପିଲି   ----ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗରେ ପିପିଲି ପୁଲିସ ଜଣେ ଜଳଖିଆ ଦୋକାନୀ ଓ ଅନ୍ୟଜଣେ ଫଟୋ ଷ୍ଟୁଡିଓ ମାଲିକକୁ ବୁଧବାର ଗିରଫ କରିଛି । ଗିରଫ ଦ୍ୱୟ ହେଲେ କଣ୍ଟି ବଜାରରେ ଫଟୋ ଷ୍ଟୁଡିଓ କରିଥିବା ସୁଶାନ୍ତ ପ୍ରଧାନ ଓ  ଜଳଖିଆ ଦୋକାନୀ  କମଳେଶ ବଳିଆରସିଂ । ତହସିଲଦାରଙ୍କ ରିପୋର୍ଟ ଉପରେ ଉଭୟଙ୍କ ବିରୋଧରେ ଆଇପିସିର ଧାରା ୨୬୯, ୨୭୦ ଓ ୧୮୮ ଧାରାରେ ପୁଲିସରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି ।  ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ସେଠାରେ  ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲେ । ସେହିପରି ଗୁଡିଆପୋଖରୀ ବଜାରରେ ଥିବା ରବି ଚିକେନ କାଉଣ୍ଟର ଉପରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍‌ଆଇ ସଂଘମିତ୍ରା ଚାନ୍ଦ ପ୍ରମୁଖ ଅଚାନକ ଚଢାଉ କରିଥିଲେ ।  ସେଠାରୁ ୯୭ଟି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ ଜବତ କରିଛନ୍ତି। ଚଢାଉ ସମୟରେ ଦୋକାନର ମାଲିକ ଫେରାର୍ ହୋଇଯାଇଥିବା ବେଳେ ତାକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts