Breaking News

ସତ୍ୟବାଦୀରେ ଲକ୍ ଡାଉନ ପୁଣି ଫେଲ , ଗବକୁଣ୍ଡ ହାଟ ପରିସରରୁ ହଟିଲେ ଚାଷୀ

ସାକ୍ଷୀଗୋପାଳ------  କରୋନା ଭୁତାଣୁକୁ ନେଇ ସାରା ପୃଥିବୀରେ ଆଲେଚନାର ବିସୟ ହୋଇପଡିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି । ପ୍ରତିକାର ପାଇଁ କୌଣସି ମେଡିସିନ ବାହାରିନାହିଁ ।  ଏହାକୁ ନଜର କରି କେନ୍ଦ୍ର ଓ ରାଜ୍ୟ ସରକାର କରୋନାର ମୁକାବିଲା କରିବା ପାଇଁ ଲକ୍ ଡାଉନ ଜାରି କରିଛନ୍ତି । ଏହାକୁ ଏବେ ସତ୍ୟବାଦୀରେ କିଛି ଲୋକମାନେ ମାନୁ ନଥିବା ନଜରକୁ ଆସିଛି । ସେହିପରି ସତ୍ୟବାଦୀ ବ୍ଳକରେ ଦୁଇଟି ସାପ୍ତାହିକ ହାଟ ରହିଛି । ଗୋଟିଏ ଗବକୁଣ୍ଡ ଅନ୍ୟଟି ସାରଙ୍ଗଯୋଡି ହାଟ । ରବିବାର ସାରଙ୍ଗଯୋଡି ହାଟ ଥିବାରୁ ପ୍ରଶାସନ ପକ୍ଷରୁ ହାଟ ପଡିଆରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଚିହ୍ନ କରାଯାଇଥିଲା ।  ମାତ୍ର ଲୋକମାନେ ସାମାଜିକ ଦୁରତ୍ୱ କଥାକୁ କେହି ମାନିନଥିଲେ । ସେହିପରି ଆଜିଥିଲା ଗବକୁଣ୍ଡ ହାଟ । ସକାଳୁ ସକାଳୁ ହାଟ ପରିସର ଜନଗହଳି ହୋଇପଡିଥିଲା । ରାଜସ୍ୱ ନୀରିକ୍ଷକ କେବଳ ଧଳାଗାର ଟାଣି ଦେଇ ତାଙ୍କ କାମ କରିଦେଇ ପଳାଇଲେ । ମାତ୍ର ଲୋକମାନଙ୍କୁ ସଚେତନତା ଅଭାବରୁ ଏପରି ଗହଳି ଲାଗିଥିଲା । ରାୟଖଣ୍ଡି ଜୟଦୁର୍ଗା କୋଠର ମହାଜନୀ , ସ୍ଥାନୀୟ ସରପଞ୍ଚ, ଆରଆଇ ଓ ସତ୍ୟବାଦୀ ପୋଲିସ ହାଟରେ ପହଞ୍ଚି ଚାଷୀ ମାନଙ୍କୁ ହାଟ ପଡିଆରୁ ହଟାଇ ପାଖ କେନାଲବନ୍ଦରେ ବସାଇଥିଲେ । ଯାହା ଫଳରେକି ହାଟ ପରିସର ଜଳ ଗହଳି କମିଥିବାର ଦେଖାଯାଇଥିଲା ।
 ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts