ଘରୁ ବାହାରକୁ ବାହରୁଛନ୍ତିକି ହୁସିଆର ପୋଲିସ ଧରି ନେବ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ଲକ୍ ଡାଉନ ହେବାର ତିନିଦିନ ହୋଇଗଲା । ସତ୍ୟବାଦୀରେ ଲକ୍ ଡାଉନର ପ୍ରଭାବ ସେ ପରି କିଛି ନ ପଡିବାରୁ ବାଧ୍ୟ ହୋଇ ଶେଷରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ପରାମର୍ଶ କ୍ରମେ ଆଜି ଅପରାହ୍ନ୪ ଟା ପରେ ସତ୍ୟବାଦୀରେ ସମସ୍ତ ଦେକାନ ବଜାର ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଦ୍ୱାରା ପ୍ରଚାର କରାଯାଇଛି । ଏପରିକି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ସହିତ ଫୋର୍ସ ନେଇ ବିଭିନ୍ନ ଅଞ୍ଚଳ ଗସ୍ତ କରି ବୁଲୁଥିବା ଯୁବକ ମାନଙ୍କୁ ଥାନାକୁ ଧରି ଆଣୁ ଥିବା ଜଣାପଡିଛି । ଏପରିକି ତାଙ୍କ ପରିବାର ଲୋକ ବା ନିଜେ ଲିଖିତ ବଣ୍ଡ ଦେଲା ପରେ ଛାଡ ପାଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ପୋଲିସ, ବିଡିଓ, ତହସିଲଦାର ବିଭିନ୍ନ ସମୟରେ ବଜାର ଗସ୍ତ କରୁଛନ୍ତି । ଏଥିରେ କୌଣସି ପ୍ରଭାବ ନ ପଡିବାରୁ ଆଜି ସକାଳେ ଏକ ଜରୁରୀ ବୈଠକ ପିପିଲି ଏସଡିପିଓଦେବ ପ୍ରସାଦ ବରାଳଙ୍କ ତତ୍ୱବଧାନରେ ହୋଇଯାଇ ଥିବା ଶଛି
ଷ ସୁତ୍ରରୁ ଜଣାପଡିଛି । ସତ୍ୟବାଦୀ ପୋଲିସ ଶେଷରେ ନିସ୍ପତି ନେଇଛି କୌଣସି କାମ ନଥିବା ଯୁବକ ମାନଙ୍କୁ ବା ଅସାଧୁ ଦେକାନୀ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ଏଣୁ ହୁସିଆର ହୋଇଯାଅନ୍ତୁ ବିନା କାରଣରେ ଗିରଫ ହୋଇ ଜେଲ ଯିବେ । କରୋନା ଠାରୁ ଜେଲ ଆହୁରି କଷ୍ଟକର । ଲକ୍ ଡାଉନକୁ ମାନନ୍ତୁ, ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସରୁକ୍ଷିତ ରଖନ୍ତୁ ବୋଲି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସତ୍ୟବାଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି